ନୂତନ ଭୋଟର ମାନଙ୍କ ସଚେତନତା ନିମନ୍ତେ ସୁନ୍ଦରଗଡ଼ ଠାରେ ‘ ମୁଁ ବି ମିତା ‘ ଅଭିଯାନ ର ଶୁଭାରମ୍ଭ

add-all

ସୁନ୍ଦରଗଡ଼, : ନୂତନ ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ‘ମୁଁ ବି ମିତା ‘ ଅଭିଯାନ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସଦଭାବନା ଭବନ ପରିସରରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କ ଦ୍ଵାରା ‘ମୁଁ ବି ମିତା ‘ ଅଭିଯାନର ଶୁଭାରମ୍ଭ ହୋଇ ଯାଇଛି। ଜିଲ୍ଲାର ତିନୋଟି ସବ ଡିଭିଜନର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଚୟନ କରାଯାଇଥିବା ଛାତ୍ରୀମାନେ ଏହି ଅଭିଯାନ ଅନ୍ତର୍ଗତ ସ୍ଵେଚ୍ଛାସେବୀ ଭାବେ କାର୍ଯ୍ୟ କରିବେ ଏବଂ ନିଜ ମହାବିଦ୍ୟାଳୟ ତଥା ନିଜ ନିଜ ଅଞ୍ଚଳ ମାନଙ୍କରେ ନୂତନ ଭୋଟର ମାନଙ୍କୁ ଭୋଟ ଦାନ , ଭୋଟର ତାଲିକା ର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସହିତ ତାଲିକା ରେ ନୂତନ ଭୋଟର ପଞ୍ଜିକରଣ ନିମନ୍ତେ ମଧ୍ୟ ସଚେତନତା ସୃଷ୍ଟି କରିବେ।
ଏହି ଅବସରରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇ ଅଭିଯାନରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ରେ ସଦର ଉପଜିଲ୍ଲାପାଳ ଦାଶରଥି ସରାବୁ, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ପ୍ରଧାନ ତଥା ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.