ଜବାହାର ନବୋଦୟ ବିଦ୍ୟାଳୟରେ ଅଭିଭାବକ ବୈଠକ ଅନୁଷ୍ଠିତ

add-all

ଫୁଲବାଣୀ : ଫୁଲବାଣୀ ଜବାହାର ନବୋଦୟ ବିଦ୍ୟାଳୟ ତୁଡିପାଜୁ ଠାରେ ଶିକ୍ଷକ ଅଭିଭାବକ ବୈଠକ ସେପ୍ଟେମ୍ବର ୧୦ତାରିଖରେ ଅନୁଷ୍ଠିତ ହୋଇଯାଇଛି। ନବୋଦୟ ବିଦ୍ୟାଳୟର ପ୍ରାଚାର୍ଯ୍ୟ ଶ୍ରୀମତୀ ନମିତାରାଣୀ ପଣ୍ଡା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।ଶିକ୍ଷକ ଅଭିଭାବକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ।ସରକାରୀ ନିର୍ଦ୍ଦେଶ ପ୍ରକାରେ ନିୟମିତ ବ୍ୟବଧାନରେ ଶିକ୍ଷକ ଅଭିଭାବକ କମିଟି ବୈଠକ ଅନୁଷ୍ଠିତ ହେବ।ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଅଭିଭାବକ କମିଟିର ଗୁରୁତ୍ୱ ରହିଛି ବୋଲି ବିଦ୍ୟାଳୟର ପକ୍ଷରୁ କୁହାଯାଇଛି।ବିଦ୍ୟାଳୟର ଖାଦ୍ୟପେୟ,ପରିମଳ, ପରିଷ୍କାର ପରିଛନ୍ନତା, ଶିକ୍ଷାଦାନ,ଶୃଙ୍ଖଳା, ଅଭିଯୋଗ ଶୁଣାଣି ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା।ନବୋଦୟ ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବାକୁ ଛାତ୍ର ଶିକ୍ଷକ ଓ ଅଭିଭାବକଙ୍କ ସହଯୋଗ ଅପରିହାର୍ଯ୍ୟ।ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ବିଦ୍ୟାଳୟ ବରିଷ୍ଠ ସହକାରୀ ଶିକ୍ଷକ ନୀତିନ ଭରଦ୍ୱ।ଜ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.