ଫୁଲବାଣୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ

add-all

ଫୁଲବାଣୀ : ଦେଶର ସହୀଦ ଯବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜଧାନୀ ଦିଲ୍ଲୀରେ ଏକ ଭବ୍ୟ “ଅମୃତ ଵାଟିକା” ନିର୍ମାଣ ହେବାକୁ ଯାଉଛି l ବିଜେପି ମଣ୍ଡଳ ସଭାପତି ଆଦିତ୍ୟ କହଁରଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ ଲୋକସଭା ସଂଯୋଜକ ତଥା ଜିଲ୍ଲା ବିଜେପି ଉପସଭାପତି ରମେଶ ମହାନ୍ତି (ବନ ଭାଇ), ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା, ଜିଲ୍ଲା ସମ୍ପାଦକ ପରେଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଵା ବେଳେ ଅନେକ ସ୍ଥାନୀୟ ନେତା ସହଯୋଗ କରିଥିଲେ l
ଦେଶ ସ୍ୱାଧୀନତାର ପଞ୍ଚସ୍ତୋରୀ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ସାରା ଅମୃତ ମହୋତ୍ସବ ପାଳନ ହେଉଛି l ଏହି ଅବସରରେ ଦେଶ ସୁରକ୍ଷାରେ ସହୀଦ ହୋଇଥିବା ଯବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତଥା ସାଧାରଣ ଜନତାଙ୍କ ମନରେ ଦେଶ ପ୍ରୀତି ଆହୁରି ଅଧିକ ଜାଗରଣ କରିବା ପାଇଁ ଏହି କାର୍ଯ୍ୟକ୍ରମ ଦେଶ ସାରା ଚାଲିଛି l ଏହା ମାଧ୍ୟମରେ ପ୍ରତ୍ୟେକ ଅଞ୍ଚଳରେ ଥିବା ସହୀଦ ପରିବାର, ଦେବା ଦେବି ସ୍ଥାନ, ମାନ୍ୟ ଗଣ୍ୟ ବ୍ୟକ୍ତି କିମ୍ବା ସାଧାରଣ ଜନତାଙ୍କ ଘରୁ ଏହି ମାଟି ସଂଗ୍ରହ ହୋଇଥାଏ l ସଂଗୃହିତ ମାଟି ଦିଲ୍ଲୀ ଯିବ ଏବଂ ଦିଲ୍ଲୀ ସ୍ଥିତ ନୂତନ ପାର୍ଲିଆମେଣ୍ଟ ଭବନ ନିକଟରେ ଏକ ଭବ୍ୟ ବାଟିକା ନିର୍ମାଣ ହେବ ଯାହାର ନାମ ରହିବ, “ଅମୃତ ବାଟିକା” ବୋଲି ଓକିଲ ବନ ମହାନ୍ତି ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.