ମାଲକାନଗିରି ଜ଼ିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ ଗଠିତ

add-all

ମାଲକାନଗିରି (୧୦/୦୯) : ଆଜି ଦିନ ପ୍ରାୟ ୧୧ଘଟିକା ସମୟରେ ସ୍ଥାନୀୟ ଜ଼ିଲ୍ଲା ପରିଷଦ ମିଟିଂ ହଲ ରେ ନିର୍ମଣ ଶ୍ରମିକ ମାନଙ୍କର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା. ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକରୁ ପ୍ରାୟ ୧୦୦ ରୂ ଉର୍ଦ୍ଧ ପ୍ରତିନିଧି ଯୋଗ ଦେଇଥିଲେ । ଏହି ବୈଠକରେ ଜିଲ୍ଳା ସଙ୍ଘ ଗଠନ ହୋଇଥିଲା । ସର୍ବସମ୍ମତି କ୍ରମେ ସାମାଜିକ କର୍ମୀ ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀ, ସଭାପତି, ଶ୍ରୀ ଏରା ପଡିଆମୀ ସାଧାରଣ ସମ୍ପାଦକ, ଶ୍ରୀମଦନ ହନ୍ତାଳ ଓ ରାଜକିଶୋର ହାତୀ ଉସଭପତି, ଶ୍ରୀ ତ୍ରିନାଥ ବଡନାୟକ ଓ ସୁଲତା ପଡିଆମୀ ସହ ସମ୍ପାଦକ ଏବଂ କାଳିଦାସ ସଗରିଆ କୋଷାଧକ୍ଷ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏମାନଙ୍କୁ ମିଶାଇ ମୋଟ ୨୧ ଜଣ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ମାଲକାନଗିରି ଜ଼ିଲ୍ଲାରେ ଶ୍ରମିକ ମାନଙ୍କର ସ୍ୱାଭିମାନ ଓ ଅଧିକାର ପାଇଁ ଏହି ସଙ୍ଘ କାମ କରିବାକୁ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ । ଅତିଶୀଘ୍ର ବ୍ଲକ ଏବଂ ପଞ୍ଚଯାତ ସ୍ତରରେ କମିଟି ମାନ ଗଠନ ବୋଲି ନିଷ୍ପତି ନିଆଯାଇଥିଲା ।ସରକାରଙ୍କର ବିଭିନ୍ନ ଯୋଜନା ଗୁଡିକ କିଭଳି ଲୋକଙ୍କ ପାଖରେ ପହଂଚିବ ସେ ଦିଗରେ ସଙ୍ଘ କାର୍ଯ୍ୟ କରିବ ବୋଲି ମଧ୍ୟ ନିଷ୍ପତି ନିଆଯାଇଥଲା. ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ବୁଦ୍ରା କର୍ତ୍ତାମୀ, ଶ୍ରୀ ଇର୍ମା ସୋଡି, ଶ୍ରୀ ସିନେସ ପାଲମଲ, ଶ୍ରୀ ଶୂକ୍ରା ଗୁରୁତେଲି, ଶ୍ରୀ ଜଗା ପଡିଆମି, ଶ୍ରୀ ଭୀମସେନ ପଡିଆମି ପ୍ରମୁଖ ଯୋଗ ଦେଇଥିଲେ ।

ad-week
Leave A Reply

Your email address will not be published.