ଅଭିଭାବକ ଓ ସ୍କୁଲ ପରିଚାଳନା ସଦସ୍ୟଙ୍କ ସଚେତନ କାର୍ଯ୍ୟକ୍ରମ

add-all

ଦାରିଙ୍ଗବାଡ଼ି (୧୯/୦୯) : ଦାରିଙ୍ଗ ବାଡ଼ି ବ୍ଲକ ଅଧିନସ୍ତ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲ ପରିଚାଳନା ସଦସ୍ୟ ଓ ଅଭିଭାବଙ୍କୁ ନେଇଁ ସଚେତନ କାର୍ଯ୍ୟ କ୍ରମ ଗଦାପୁର ପଞ୍ଚାୟତ ରାଜୀବଗାନ୍ଧୀ ସଭା ଗୃହରେ କରାଯାଇଥିଲା। ଏହିକାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ କୁମାରୀ ମଳିକ ଯୋଗଦେଇଥିଲେ। ସ୍ବେଛା ସେବୀ ଅନୁଷ୍ଠାନ ଜନବିକାସର କର୍ମୀ ଦିବ୍ୟ ସଭାସୁନ୍ଦର ଙ୍କ ନେତୃତ୍ୱରେ ଏହି ସଚେତନ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷାର ବିକାଶ ପାଇଁ ସ୍କୁଲ ପରିଚାଳନା କମିଟିର କିଭଳି ଗୁରୁ ଦାଇତ୍ୱ ରହିବାର ଆବଶ୍ୟକତା ରହିଛି। ତା ସହିତ ଅଭିଭାବବଙ୍କ ଦାଇତ୍ୱ କିଭଳି ହେବାକଥା। କଣ କଲେ ପିଲାମାନଙ୍କ ଶିକ୍ଷା ପ୍ରତି ଆଗ୍ରହ ଜାତ ହେବ। ଗ୍ରାମାଞ୍ଚଳରେ ବହୁ ପିଲାଙ୍କ ନାମ ସ୍କୁଲରେ ଲେଖା ହୋଇଛି ସତ ହେଲେ ସ୍କୁଲ ନଯାଇ ଘର ତଥା ଅନ୍ୟ କାମରେ କାହିଁକି ନିୟୋଜିତ ରହୁଛନ୍ତି। ଶିଶୁ ଶ୍ରମିକ ଉଛେଦ ସହିତ, ବାଲ୍ୟ ବିବାହ ରୋକିବା ଭଳି ବହୁ ବିଷୟ ନେଇଁ ଆଲୋଚନା କରାଯାଇ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରୁ ଲକିନ୍ଦ୍ର ନାୟକ ସମସ୍ତ ସଭ୍ୟସଭ୍ୟାଙ୍କୁ ଧନ୍ୟବାଦ ଦେଇଥିଲେ।

ad-week
Leave A Reply

Your email address will not be published.