ମହାବିଦ୍ୟାଳୟ, ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ବ୍ୟାପାର ବିଭାଗ ଉପଦେଷ୍ଟା ପୃଥୀବିରାଜ ସାହୁ…

add-all

ବ୍ରହ୍ମପୁର : ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ରେ ଅଧ୍ୟୟନ ରତ ପଛୁଆ ବର୍ଗ ବିଦ୍ୟାର୍ଥୀଙ୍କ ନିମନ୍ତେ ମେଧା ବୃତ୍ତି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେବେ ଦୀର୍ଘ ବର୍ଷ ଧରି ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ନେଇ ନୈରାଶ୍ୟଜନକ ଫଳ ପ୍ରକାଶ ପାଇଛି। ଏହି ଯୋଜନାରେ ଛାତ୍ରଛାତ୍ରୀ ସାମିଲ ହେଉ ନାହାଁନ୍ତି। ଯାହାକୁ ନେଇ ସରକାରଙ୍କ ପଛୁଆ ବର୍ଗ ବିଦ୍ୟାର୍ଥୀ ଙ୍କ ନିମନ୍ତେ ରହିଥିବା ମେଧାବୃତ୍ତି ଯୋଜନାର ସୁଫଳ ରୂପାୟନ ପାଇଁ ଆଜି ସରକାରଙ୍କ ବାଛୁଆ ବର୍ଗ ବ୍ୟାପାର ବିଭାଗ ଉପଦେଷ୍ଟା ପୃଥୀବିରାଜ ସାହୁ ବ୍ରହ୍ମପୁର ମହାନଗର ନିଗମର ବହୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ ।

ରାଜ୍ୟ ସରକାରଙ୍କ ଏହି ମେଧାବୃତ୍ତି ଯୋଜନା କୁ ନେଇ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଵଗତ ନ ଥିବା ନେଇ ସେ ଉଦବେଗ ପ୍ରକାଶ କରିଥିଲେ।ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କୁ ଅଵଗତ କରାଇବା ପାଇଁ ଶ୍ରେଣୀ ପାଠପଢା ପୂର୍ବରୁ ସୂଚନା ଦେବାପାଇଁ ସେ ଶିକ୍ଷକ, ଶିକ୍ଷୟିତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ, କଲେଜ ଅଧଃକ୍ଷା, ଏବଂ କୁଳପତି ଙ୍କ ସହିତ ଆଲୋଚନା କରିଥିଲେ ଶ୍ରୀ ସାହୁ।।

ଏହି ଅବସରରେ ଶ୍ରୀ ସାହୁ ଶଶୀଭୂଷଣରଥ ମହିଳା ମହାବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ଗିରିରୋଡ଼ ବାଳିକା ଉଚ୍ଚ ବିଦ୍ୟାଳୟ,ମେଡ଼ିକାଲ କ୍ୟାମ୍ପସ ହାଇସ୍କୁଲ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ।ତେବେ ଏନେଇ ଜିଲ୍ଲାର ସମସ୍ତ ସ୍କୁଲକୁ ଅଵଗତ କରାଯିବ ଜିଲ୍ଲାର ସମସ୍ତ ପଛୁଆ ବର୍ଗ ଛାତ୍ରଛାତ୍ରୀ ସରକାରଙ୍କ ଯୋଜନା ର ସୁଫଳ ପାଇ ପାରିବେ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବା ବୋଲି ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ କହିଛନ୍ତି।

ad-week
Leave A Reply

Your email address will not be published.