ଡିକି ଭାଙ୍ଗି ଏକଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ…

add-all

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରୁ ଜଣେ ପ୍ରଧାନ ଶିକ୍ଷକ ଙ୍କ ବାଇକ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଘଟଣାରୁ ପ୍ରକାଶ ଯେ ବେଲଘର ସେବାଶ୍ରମର ପ୍ରଧାନଶିକ୍ଷକ ପ୍ରମୋଦ ମହାପାତ୍ର ମଙ୍ଗଳବାର ଅପରାହ୍ନରେ ତୁମୁଡ଼ିବନ୍ଧ ଷ୍ଟେଟ ବ୍ୟାଙ୍କ ରୁ ଏକ ଲକ୍ଷ ଟଙ୍କା ଉଠାଇ ନିଜ ମୋଟର ସାଇକେଲ ଡିକି ରେ ରଖି ବ୍ଲକ କାର୍ଯ୍ୟାଳୟ କୁ ଯାଇ ବ୍ଲକ ମଙ୍ଗଳ ଅଧିକାରୀ ଙ୍କୁ ସାକ୍ଷାତ କରି ଫେରିବା ବେଳକୁ ଡିକି ଭାଙ୍ଗି ସେଥିରେ ଥିବା ଏକ ଲକ୍ଷ ଟଙ୍କା କେହି ଲୁଟି ନେଇଥିବା ଦେଖିବାକୁ ମିଳିଥିଲା। ପ୍ରଧାନ ଶିକ୍ଷକ ଜଣକ ମଙ୍ଗଳବାର ସକାଳୁ ତୁମୁଡ଼ିବନ୍ଧ ଆସି ବୁଲାବୁଲି କରୁଥିବା ବେଳେ ହୋଟେଲ ରେ ଖିଆ ପିଆ ସାରି ବ୍ୟାଙ୍କ କୁ ଆସିଥିଲେ ଓ ବ୍ୟାଙ୍କ ରୁ ଟଙ୍କା ଉଠାଇ ନେଇଥିଲେ। ଶିକ୍ଷକଙ୍କ ଏଭଳି କାର୍ଯ୍ୟ କୁ ଦୁର୍ବୃତ୍ତ ମାନେ ଦେଖିବା ସହ ପିଛା କରି ସୁବିଧା ସୁଯୋଗ ଦେଖି ଲୁଟି ନେଲେ। ପ୍ରଧାନ ଶିକ୍ଷକ ଜଣକ ନିଶା ଅବସ୍ଥା ରେ ଥିବା ଆଖପାଖ ସାଧାରଣ ଲୋକେ କହୁଥିବା ବେଳେ ପ୍ରଧାନ ଶିକ୍ଷକ ଜଣକ ବହୁ ଖୋଜାଖୋଜି କରିବା ପରେ ତୁମୁଡିବନ୍ଧ ଥାନାର ଦ୍ୱାରସ୍ତ ହୋଇଛନ୍ତି l

ad-week
Leave A Reply

Your email address will not be published.