ଦ୍ୱିତୀୟ ଦିନରେ ବାଲିଗୁଡା କାରାଗାର କର୍ମଚାରୀଙ୍କ ଆମରଣ ଅନଶନ…

add-all

ବାଲିଗୁଡା : ନିଖିଳ ଓଡ଼ିଶା କାରା କର୍ମଚାରୀ ମହାସଂଘ ନିଷ୍ପତ୍ତିକ୍ରମେ ସୋମବାରଠାରୁ ବାଲିଗୁଡା ମଣ୍ଡଳ କାରାଗାରର କର୍ମଚାରୀମାନେ ଆମରଣ ଅନଶନ ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି । ଏହା ପୂର୍ବରୁ ୫ଦଫା ଦାବି ନେଇ ସମସ୍ତ କର୍ମଚାରୀ ଗତ ୧୩ ତାରିଖରୁ କଳାବ୍ୟାଜ୍ ପରିଧାନ କରିଥିଲେ। ଦାବି ପୂରଣ ନ ହେବାରୁ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ମଣ୍ଡଳ କାରାଗାରରେ କାର୍ଯ୍ୟରେ ବାଧା ସୃଷ୍ଟି ନ ହେବା ପାଇଁ ଯାହାର ଯେଉଁ ସିପ୍ଟ ଅଛି ସେମାନେ ସେହି ସିଫ୍ଟରେ କଳାବ୍ୟାଜ୍ ପିନ୍ଧି କାମରେ ଯୋଗ ଦେଉଛନ୍ତି। ଅନ୍ୟମାନେ ଧାରଣା ସ୍ଥଳରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ଫୁଲ ମାଳ ପକାଇ ଅନଶନରେ ବସୁଛନ୍ତି। ବାଲିଗୁଡା ମଣ୍ଡଳ କାରାଗାରର କାରା କର୍ମଚାରୀ ସଂଘ ସଭାପତି ପ୍ରଭାକର ମଲିକଙ୍କ ନେତୃତ୍ୱରେ ମୁଖ୍ୟ କାରାରକ୍ଷୀ ଅଭିମନ୍ୟୁ ମଲିକ ବିଘ୍ନରାଜ ଦେହୁରୀ, ଗୌତମ କହଁର, ଅଶୋକ ଜାନୀ, ତ୍ରୟ ଲୋକନାଥ ଦିହୁଡ଼ି, କାରାରକ୍ଷୀ ରଞ୍ଜନ କୁମାର ପାତାଳ ସିଂ, ମହିଳା କାରାରକ୍ଷୀ ତିଳୋତ୍ତମା ସାହୁ ପ୍ରମୁଖଙ୍କ ଅନଶନରେ ଆନ୍ଦୋଳନ ଚାଲିଛି। କାରାରକ୍ଷୀ ଓ ମୁଖ୍ୟ କରାରକ୍ଷୀଙ୍କ ଗ୍ରେଡ଼ ପେ ବୃଦ୍ଧି, ପଦୋନ୍ନତି ପାଇଁ ପୁରୁଣା ନିୟମ ଲାଗୁ କରିବା, ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ କରିବା, ଖାଦ୍ୟଭତ୍ତା ୪ଶହ ଟଙ୍କାରୁ ୧୪ଶହ ଟଙ୍କାକୁ ବୃଦ୍ଧି ଏବଂ ମାସିକିଆ ଦରମା ବୃଦ୍ଧି ଭଳି ବିଭିନ୍ନ ଦାବି ପୂରଣ ନହେବା ପର୍ଯ୍ୟନ୍ତ କାରାଗାର କର୍ମଚାରୀ ମାନେ ଆମରଣ ଅନଶନ କରିବେ। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ, ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଏକ ପ୍ରେସ୍ ବାର୍ତ୍ତାରେ ସେମାନେ ଉଲ୍ଲେଖ କରିଛନ୍ତି।

ad-week
Leave A Reply

Your email address will not be published.