ଭୁଲ ଇଞ୍ଜେକ୍ସନ ଦେଇ ବାଛୁରୀର ମୃତ୍ୟୁ ଅଭିଯୋଗ : ଚିକିତ୍ସାରେ ଅବହେଳା କରୁଥିବା ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ

ବ୍ରହ୍ମପୁର (୨୬/୦୯) : ଭୁଲ ଇଞ୍ଜେକ୍ସନ ଦେଇ ବାଛୁରୀ ଛୁଆଟିକୁ ମାରି ଦେଇଥିବା ଆମ୍ବୁଲାନ୍ସ ଡାକ୍ତର ଓ ଏଲଆଇଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚର କର୍ମୀ ମନୋଜ କୁମାର ତରାଇ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି l ପ୍ରକାଶ ଯୋଗ୍ୟଯେ, ଶ୍ରୀଯୁକ୍ତ ତରାଇଙ୍କ ପାଳିତ ବାଛୁରୀ ଛୁଆଟିକୁ ପତଳା ଝାଡା ହେବାରୁ ପଶୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ l କିନ୍ତୁ ଆମ୍ବୁଲାନ୍ସରେ ନିୟୋଜିତ ଡାକ୍ତର ଓ ଏଲଆଇ ବାଛୁରୀଟିକୁ ପତଳା ଝାଡା ବନ୍ଦ ପାଇଁ ଔଷଧ ଦେବା ପରିବର୍ତ୍ତେ ପlରାସିଟାମଲ 5ଏମଏଲ ଦେଇଦେଇଥିଲେ ଯାହା ଜ୍ୱର ପାଇଁ ଉଦ୍ଧିଷ୍ଟ l ଭୁଲ ଇଞ୍ଜେକ୍ସନ ଦେବା ଯୋଗୁଁ ବାଛୁରୀଟିର ଦେହ ଅଧିକ ଖରାପ ହୋଇପଡ଼ିଲା ଓ ଛଟ ପଟ ହୋଇ ମରିଯାଇଥିବା ଅଭିଯୋଗ ହୋଇଛି l ଆଶ୍ଚର୍ଯ୍ୟର କଥା ହେଉଛି,ବାଛୁରୀଟି ଛଟପଟ ହେଉଥିବା ଜଣାଇବାପାଇଁ ମନୋଜ ତରାଇ ଫୋନ ଯୋଗେ ଆମ୍ବୁଲାନ୍ସ ଡାକ୍ତର କେ. ଭାନୁ ଓ ଏଲଆଇ ସନ୍ତୋଷ ମହାପାତ୍ରଙ୍କୁ ଫୋନରେ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ବି କେହି ଫୋନ ଉଠାଇନଥିଲେ ଏବଂ ବାଛୁରୀଟିର ଛଟପଟ ଅବସ୍ଥାରେ ଶେଷରେ ମୃତ୍ୟୁ ହେଲା l ଏଣୁ ବାରମ୍ବାର ଏ ପ୍ରକାର ଚରମ ଅବହେଳାଯୋଗୁଁ ବହୁ ପ୍ରାଣୀ ଅକାଳରେ ମରିଯାଉଥିବା ଅଭିଯୋଗ ସତ୍ୱେ ରାଜ୍ୟ ସରକାର ବା ଜିଲ୍ଲା ପ୍ରଶାସନ ପ୍ରାଣୀଧନର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନନେବା ଲୋକଙ୍କ ମହଲରେ ନୈରାଶ୍ୟ ସୃଷ୍ଟି କରିଛି l ଇଞ୍ଜେକସେନ ଦେବା ଜାଣିନଥିବା ଓ କେଉଁ ପଶୁଙ୍କୁ କେତେ ପରିମାଣର ଔଷଧ ଦେବା କଥା ଜାଣିନଥିବା ତଥା କୌଣସି ଅଭିଜ୍ଞତା ନ ଥିବା ଡାକ୍ତର କର୍ମଚାରୀଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ଆଜି ଦାବୀ ହୋଇଛି l ସମାଜସେବୀ ମନୋଜ ତରାଇଙ୍କ ନେତୃତ୍ୱରେ ବି. ରାମ ବାବୁ, ନିହାର ରଞ୍ଜନ ପଣ୍ଡା,ସ୍ମୃତି ରଞ୍ଜନ ତରାଇ,ବି. ମଣିକଣ୍ଠ, ବାବୁଲା ନାୟକ,ଅବନୀ ଗୟା ପ୍ରମୁଖ ଆଜି ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ମନୋଜ କୁମାର ସାହୁଙ୍କ ସହ ଆଲୋଚନା କରି ଦାବୀ ପତ୍ର ପ୍ରଦାନ କରିଛନ୍ତି l

ad-week
Leave A Reply

Your email address will not be published.