ଆମରଣ ଅନଶନ ବେଳେ ଅସୁସ୍ଥ ହେଲେ ଛତ୍ରପୁର ଉପକାରାଗାର କର୍ମଚାରୀ…

add-all

ଛତ୍ରପୁର : ୫ ଦଫା ଦାବି ପୂରଣ ଦାବୀ ନେଇ ଚାଲିଥିବା ଆମରଣ ଅନଶନ ବେଳେ ଅସୁସ୍ଥ ହେଲେ ଛତ୍ରପୁର ଉପକାରାଗାର କର୍ମଚାରୀ ଗୋପୀନାଥ ଜେନା | ତାଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନୀୟ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି | ଚଳିତ ମାସ 25 ରୁ ଚାଲିଥିଲା ଆମରଣ ଅନଶନ ଆରମ୍ଭ ହୋଇଛି | ଯେତେ ଦିନ ପ୍ରଯ୍ୟନ୍ତ ସେମାନଙ୍କ ଦାବୀ ପୂରଣ ନହେବ ସେତେ ଦିନ ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି କହିଛନ୍ତି | ଏନେଇ ସେମାନେ ଚଳିତ ମାସ 13 ରୁ 24 ତାରିଖ ପ୍ରଯ୍ୟନ୍ତ କଳାବ୍ୟାଚ ପିନ୍ଧି କାଯ୍ୟ କରୁଥିଲେ କିନ୍ତୁ ଦାବୀ ପୂରଣ ନହେବାରୁ ଆମରଣ ଅନଶନ ଆନ୍ଦୋଳନ କୁ ଓଲ୍ଲାଇଥିଲେ | ୱାର୍ଡର ମାନଙ୍କ ଗ୍ରେଡ୍ ପେ ୧୯୦୦ ରୁ ୨୦୦୦ କୁ ବୃଦ୍ଧି କରିବା ଓ ମୁଖ୍ୟ କାରାରଖି ଙ୍କ ଗ୍ରେଡ ପେ ୨୦୦୦ ରୁ ୨୪୦୦ କୁ ବୃଦ୍ଧି କରିବା, ପୁରୁଣା ପଦୋନ୍ନତି ନିୟମ ୨୦୧୨ କୁ ପୁଣି ଲାଗୁ କରିବା, ଉପଖଣ୍ଡ ସ୍ତରୀୟ ବଦଳି ନିୟମକୁ କୋହଳ କରିବା, ଖାଦ୍ୟ ଭତ୍ତା ବାବଦକୁ ମିଳୁଥିବା ୪୦୦ ଟଙ୍କା କୁ ୧୪୦୦ ଟଙ୍କା କରିବା ଓ ୧୩ ମାସିଆ ଦରମା ବୃଦ୍ଧି କରିବା ନିମନ୍ତେ ସେମାନଙ୍କ ଦାବି ରହିଛି |

ଏହାକୁ ଜେଲ କର୍ମଚାରୀ ମାନେ ସାରା ରାଜ୍ୟରେ ଏହି ଆନ୍ଦୋଳନ ଜାରି ରଖିଛନ୍ତି , ସେମାନଙ୍କ ଆନ୍ଦୋଳନ କୁ ସମର୍ଥନ ଜଣାଇ ଶ୍ରମିକ ନେତା ନୀଳକଣ୍ଠ କହିଛନ୍ତି ଯେ, ସରକାର ଜେଲ କର୍ମଚାରୀ ଙ୍କ ଦାବୀ ଗୁଡିକ ତୁରନ୍ତ ପୂରଣ କରିବା ନିମନ୍ତେ ସେ ଦାବୀ କରୁଛନ୍ତି

ad-week
Leave A Reply

Your email address will not be published.