
ଫୁଲବାଣୀ : ଫୁଲବାଣୀ ଜିଲ୍ଲା ଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଅନୁଶିଳା ରୟଙ୍କ ପ୍ରଚେଷ୍ଟାରେ ବର୍ଷା ନାୟକ ମାତା ରଞୁ ନାୟକ ଶଗଡ଼ିଆ ସାହି ଦୀର୍ଘ ଦିନ ହେବ ଅସୁସ୍ଥତା କାରଣରୁ ଚଲା ବୁଲା କରି ପାରୁ ନଥିଲେ ବର୍ଷା ନାୟକ ପିଲାଟି ଦିନରୁ ଫିଡ୍ସ ରୋଗରେ ଆକ୍ରାନ୍ତ ଥିଲେ l ତା ସହିତ ସେ ମାନସିକତା ଅନଗ୍ରସର ଶ୍ରେଣୀର ଜିଲ୍ଲା ଜଜ୍ ସତ୍ୟ ପୀର ମିଶ୍ର ଜିଲ୍ଲା କୋର୍ଟ ପରିସରରେ ବର୍ଷା ନାୟକକୁ ଦେଖିଲା ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଅନୁଶିଳା ରୟଙ୍କୁ ନିର୍ଦ୍ଦେଶ ଦେଲେ ତାହାର ଯାହା କିଛି ଅସୁବିଧା ଅଛି ତାକୁ ସମାଧାନ କରାଇବା ପାଇଁସଚିବ ମହାଶୟା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସହ ଯୋଗାଯୋଗ କରି ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ବର୍ଷା ନାୟକର ଦରଖାସ୍ତ କୁ ପଠାଇ ତାକୁ ଦଶ ହଜାର ଟଙ୍କା ପ୍ରଦାନ କରାଇ ତତ୍ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ଵାରା ତାର ସ୍ବାସ୍ଥ୍ୟର ପରୀକ୍ଷା କରାଇ ତାକୁ କଟକ ବଡ଼ ମେଡ଼ିକାଲ ରେ ଆଡ଼ମିଶନ କରାଇବା ମେଡିକାଲ ଗାଡ଼ିରେ ପଠାଇବା ପାଇଁ ବ୍ୟବସ୍ଥା କରାଇ ଅଛନ୍ତି ଏହି ସବୁ କାର୍ଯ୍ୟକ୍ରମକୁ ନିଜେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅନୁଶିଳା ରୟ ତଦାରଖ କରାଇ ଥିଲେ l
ବର୍ଷାର ପରିବାର ବର୍ଗ ଜିଲ୍ଲା ଜଜ୍ ତଥା ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବଙ୍କ ଏହିଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମ ପାଇଁ ବହୂତ ବହୁତ ଆନନ୍ଦିତ ତଥା ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି l