ବନାନୀ କଳାସଙ୍ଗମ ପକ୍ଷରୁ ଛତିଶ ତମ ପ୍ରତିଷ୍ଠା ଦିବସ ପାଳିତ…

add-all

ଫୁଲବାଣୀ : ଫୁଲବାଣୀ ର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ମଙ୍ଗଳବାର ଚ୍ଛତିଶ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା l ଏହି ଅବସରରେ ବନାନୀ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ. ଅରୂପ ଜେନା ଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଡିଓ ତଥା ନାଟ୍ୟ ପ୍ରେମୀ ପ୍ରବିଣ କୁମାର ବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲାରେ କଳା, ସଂସ୍କୃତି ଓ ନାଟକ ର ପ୍ରଚାର ଓ ପ୍ରସାର ସହିତ ନୂତନ କଳାକାର ସ୍ରୁଷ୍ଟି କରିବା ଦିଗରେ ବନାନୀ ର ଅବଦାନ କୁ ଭୂୟସୀ ପ୍ରଶଂସା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ, ବୁଦ୍ଧିଜିବୀ,ତଥା ନାଟ୍ୟ ପ୍ରେମୀ ପଣ୍ଡିତ ଅନନ୍ତ ଚରଣ ମିଶ୍ର୍ ମୁଖ୍ୟ ବକ୍ତା, ଅନ୍ୟତମ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ, ନାଟ୍ଯ ନିର୍ଦେଶକ ବୀଜୟ ପଟନାୟକ, ନବ କୃଷ୍ଣ ରଥ ପ୍ରମୂଖ ଯୋଗ ଦେଇ ନାଟକ ର ବିଭିନ୍ନ୍ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ l
ବନାନୀର ସଂଗଠନ ସମ୍ପାଦକ ଅଶୋକ ପରିଡା ସଭା ପରିଚାଳନା କରିଥିବା ବେଳେ ବନାନୀ କଳା ସଙ୍ଗମ ର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଆଗାମୀ ନଭେମ୍ବର୍ ମାସରେ ପୁଣି ଏକ୍ ନାଟ କ ପରିବେଷଣ କରାଯିବ ଯାହାକି ଭୁବନେଶ୍ବର ସ୍ଥିତ ରବିନ୍ଦ୍ର ମଣ୍ଡପଠାରେ ପ୍ରଦର୍ଶିତ ହେବ ବୋଲି କହିଥିଲେ ଏଥି ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିବା ସହ ସମସ୍ତ୍ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ l ଏହି ଅବସରରେ ସଂଗଠନ ପକ୍ଷରୁ ମୁଖ୍ୟ ଅତିଥି ପ୍ରବିଣ କୁମାର ବାଣୁଆ ଙ୍କୁ ଫୁଲ ତୋଡ଼ା ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l
ସେହିପରି ବନାନୀ ପକ୍ଷରୁ ନିକଟରେ ଅନୁଷ୍ଠିତ ନୀଳଜହର, ଓ ସୂର୍ଯ୍ୟୋଦୟ ପୂର୍ବେ ନା ଟ କ ରେ ଅଭିନୟ କରିଥିବା ସମସ୍ତ୍ କଳା କାର. ନିର୍ଦେଶକ, ସହ ନିର୍ଦେଶକ, ସଙ୍ଗୀତ, କଣ୍ଠଶିଳ୍ପୀ ପ୍ରମୁଖଙ୍କୁ ମାନପତ୍ର ଓ ଫୁଲ ତୋଡ଼ା ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l

ad-week
Leave A Reply

Your email address will not be published.