
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ନୁପୁରା ଦିଗାଲ କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୬ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।ପ୍ରାପ୍ତ ସୂଚନା ଅନୁଯାୟୀ
୯/୪/୨୦୨୨ ଅପରାହ୍ନ ୪ଟା ରେ ନାବାଳିକା ଜଣକ ଘର ପାଖ ଆମ୍ବ ତୋଟା ପାଖକୁ ଆଉ ଦୁଇ ଜଣ ନାବାଳକ ସହ ଆମ୍ବ ଖାଇବା ପାଇଁ ଯାଇଥିଲେ l ସେହି ସମୟରେ ଅଭିଯୁକ୍ତ ନୂପୁରା ଦିଗାଲ ସେଠାକୁ ଯାଇ ନାବାଳିକା ଜଣକୁ ହାତ ଧରି ସେଠାରୁ ନେଇ ନିକଟରେ ଥିବା ଏକ ଖାଲ ମଧ୍ୟକୁ ନେଇ ଦୁଷ୍କର୍ମ କରିଥିଲା l ନାବାଳିକା କାନ୍ଦିବାରୁ ତାର ପାଟି ଚାପି ଧରି ଥିଲେ l ନାବାଳିକା ନ ଫେରିବାରୁ ଅନ୍ୟ ଦୁଇ ନାବାଳକ ଖାଲ ପାଖକୁ ଯାଇ ପାଟି କରି ନାବାଳିକା କୁ ଡାକିଥିଲେ l ଏହା ପରେ
ଅଭିଯୁକ୍ତ ଘଟଣା ସ୍ଥଳରୁ ପଳାଇ ଯାଇଥିଲା l କାହାକୁ ନ କହିବାକୁ ଧମକ ଦେଇଥିଲା l ପୀଡିତା ଜଣ ଙ୍କ ଘରକୁ ଆସି ମାଙ୍କୁ କହିଥିଲେ ପୀଡିତାଙ୍କ ବାପା କେରଳରେ ରହୁଥିଲେ l ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ପିଡିତାଙ୍କ ପରିବାର କୁ ବାରମ୍ବାର ଧମକ ଚମକ ଦେଇଥିଲେ ଏବଂ କେଉଁଠି ଜଣାଇଲେ ଜୀବନରେ ମାରିଦେବେ କହିଥିଲେ l ଏହା ପରେ ପିଡିତାଙ୍କ ମାଆ ୨୭/୪/୨୨ ରେ ବାଲିଗୁଡ଼ା ଥାନାରେ ଏତଲା ଦେଇଥିଲେ l ଅଭିଯୋଗ ପ୍ରକାରେ ଥାନା କେଶ୍ ନମ୍ବର ୧୦୦/୨୨ ରେ ଏକ ମାମଲା ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା।
ସେହି ମାମଲାରର ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି । ଏଥି ସହିତ ଏହି ମାମଲାରେ ପୀଡିତାର ପରିବାରକୁ ଆଇନସେବା ପ୍ରାଧିକରଣ ତରଫରୁ ୭ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଯୋଗାଇ ଦେବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l