ନିଖିଳ ଉତ୍କଳ ଖଡୁରା ସାମାଜ ଫୁଲବାଣୀ ପକ୍ଷରୁ ୧୫୦ ବୃକ୍ଷ ରୋପଣ…

add-all

ଫୁଲବାଣୀ : ବୃକ୍ଷ ହିଁ ଜୀବନ ଏହି ନୀତିର ଆଦର୍ଶରେ ପରିଚାଳିତ ହୋଇଛି ଖଡୁରା ସାମାଜ l କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଖଡୁରା ସାମାଜ ଫୁଲବାଣୀ ପକ୍ଷରୁ ସାମାଜ ସଭାପତିଙ୍କ ଆନୁକୁଲ୍ୟରେ ମଜୁରୀ ବିଡ଼ା ବୃଦ୍ଧାଶ୍ରମ ଠାରେ ବିଭିନ୍ନ ପ୍ରକାର ୧୫୦ ଫଳ ବୃକ୍ଷ ରୋପଣ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବନ ବିଭାଗର ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା,ଫରେଷ୍ଟର ସରୋଜ ମିଶ୍ର, ବୃଦ୍ଧାଶ୍ରମ ପରିଚାଳକ କରାମଦ ଅଲି ଖାନ, ସାମାଜ ସେବୀ ତଥା ଆଇନଜୀବୀ ରଜତ କୁମାର ମହାନ୍ତି, ସାମାଜ ସେବୀ ଗିରୀଶ ପଟ୍ଟନାୟକ, ସୁଦର୍ଶନ ସାହୁ ପ୍ରମୁଖଙ୍କ ସମେତ ସମସ୍ତ ଖଡୁରା ସାମାଜର ସଦସ୍ଯ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା l ବୃଦ୍ଧାଶ୍ରମରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କ ନିମନ୍ତେ ସାମାଜ ପକ୍ଷରୁ ଜଳ ପାନ ବ୍ଯବସ୍ଥା କରାଯାଇଥିଲା l

ad-week
Leave A Reply

Your email address will not be published.