ଅବକାରୀ ବିଭାଗ କୁ ସଫଳତା ୮୮କେଜି ଗଞେଇ ସହ ଅଭିଯୁକ୍ତ ଗିରଫ…

add-all

ମାଲକାନଗିରି :ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ମାଲକାନଗିରି ଅବକାରୀ ବିଭାଗ ହାତରେ ୮୮କେଜି ଗଞ୍ଜେଇ ସହ ଅଭଯୁକ୍ତ ଧରା ପଡିଛି । ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ସହର ନିକଟରେ ଥିବା ଗୌଡ଼ଗୁଡା ଛକ ଠାରେ ଅବକାରୀ ବିଭାଗର କର୍ମଚାରୀ ମାନେପାଇ ପେଟ୍ରୋଲିଂ କରୁଥିବା ସମୟରେ ଦ୍ରୁତ ଗତିରେ ଏକ କାର ମାଲକାନଗିରି ସହର ଆଡ଼କୁ ଆସୁଥିବା ଦେଖିବାକୁ ପାଇଥିଲେ ପରେ ସନ୍ଧେହ ହେବାରୁ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିବାରୁ ସେଠାରୁ ୮୮ କେଜି ଗଞ୍ଜେଇ ବାହାରି ଥିଲା । ଜବତ ଗଞ୍ଜେଇ ର ଆନୁମାନିକ ବଜାର ମୁଲ୍ୟ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ଉପ ନିରୀକ୍ଷକ ସୂଚନା ଦେଇଛନ୍ତି। ଉକ୍ତ ଗଞ୍ଜେଇ ସହ ଏକ କାରକୁ ଜବତ କରି ଏହି ଚୋରା ଚାଲାଣରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଉପ ନିରୀକ୍ଷକ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.