ସ୍ୱଚ୍ଛତା ହିଁ ସେବା ନାମରେ ଡ୍ରାମା : କେବଳ ଟିଭି ଓ ଗଣମାଧ୍ୟମ ରେ ମୁହଁ ଦେଖାଇବାକୁ ହାଇ ଡ୍ରାମା..!

Independence


ବ୍ରହ୍ମପୁର:୧-୧୦ ଆଜି ସବୁଆଡ଼େ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଜାକଜମକରେ ବହୁ ଅର୍ଥ ବିନିଯୋଗ ରେ ଚାଲିଛି। ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନେ ଝାଡ଼ୁ ଧରି ଭିଜୁଆଲ ଓ ଫୋଟ କୁ ଅପେକ୍ଷା କରି ସ୍ୱଚ୍ଛତା ଅଭିଯାନ କରୁଥିବା ଦେଖିବାକୁ ମିଳିଛି।ଯଦି ହୃଦୟର ସହ ସହରର ବିଭନ୍ନ ସ୍ଥାନରେ ପଢ଼ିଥିବା ଅଳିଆ ଆବର୍ଜନା କୁ ସଫା କରାଯାଏ ତାହା ହେଲେ ଏହି ମହତ୍ତ୍ୱ କାର୍ଯ୍ୟ ସାକାର ହେବ।ଏହି କାର୍ଯ୍ୟକ୍ରମ ପାଇଁ ଯେଉଁ ଭାବେ ପାଣିଭଳି ଅର୍ଥ ଖର୍ଚ୍ଚ କରାଯାଇ କେବଳ ରାଜନୀତି ଓ

ଖବରକାଗଜ ଏବଂ ଟିଭି ରେ ଦେଖା ଦେବା ପାଇଁ ଏହି ଭଳି ଅଭିନୟ କରାଯାଉଛି।ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସଚେତନ ତା ସୃଷ୍ଟି କରିଲେ ସ୍ୱଚ୍ଛତା ଅଭିଯାନ ସାକାର ହେବ।ସାଧାରଣ ଜନତା ନିଜର ଘର ଗୁଡ଼ିକୁ ଯେପରି ସଫା ସୁତରା କରି ସ୍ୱଚ୍ଛ ତା ରଖୁଛନ୍ତି। ସେହିପରି ଦେଶ ପାଇଁ ସହର ଓ ଗ୍ରାମ ପାଇଁ ଚିନ୍ତା ପ୍ରକଟ କରିଲେ ସମସ୍ତଙ୍କ ପାଇଁ ଶୁଭଙ୍କର ହେବ ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି। ସ୍ୱଚ୍ଛତା କେବଳ ଫୋଟୋସେନ, ସଭା ସମିତି ରେ ସିମୀତ ହୋଇ ରହିଯାଇଛି ଏବେ ରାଜନୀତି ପାଇଁ ବୋଲିଚାର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.