ଟ୍ରକ୍ ସହ ଲୁହା ପାଇପ ଚୋରି, ମୁଖ୍ୟ ଅଭିଯୁକ୍ତ ସହ ତିନି ଗିରଫ ଦୁଇ ଫେରାର…

add-all

ରାଉରକେଲା // କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଚାଡ୍ରି ହରିହରପୁର ନିକଟରେ ଥିବା ଷ୍ଟେରଲିଙ୍ଗ ଇଣ୍ଡଷ୍ଟ୍ରିଜ ଏବଂ କୋଜେନ୍ଟ ଷ୍ଟିଲ ପାଇପ୍ସ ଲିମିଟେଡ କମ୍ପାନୀ ରୁ ଚଳିତ ମାସ ୧୪ ତାରିଖ ଦିନ ଟ୍ରକ୍ ଯୋଗେ ଅନ୍ୟ ଏକ କମ୍ପାନୀକୁ ଲୁହା ପାଇପ ଲୋଡ୍ ହୋଇଥିବା ବେଳେ ଏହା ଉକ୍ତ କମ୍ପାନୀ କୁ ପହଁଚିନ ଥିବାରୁ ! ଗତ ୧୯ ତାରିଖରେ ଏନେଇ ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ଘଟଣା କୁ ନେଇ ସୁନ୍ଦରଗଡ଼ ଏସ୍ ପି ପ୍ରତ୍ୟୁଷ ଦିବାକରଙ୍କ ନିର୍ଦ୍ଦେଶକ୍ରମେ ବୀରମିତ୍ରପୁର ପୁଲିସ ଉପଖଣ୍ଡ ଅଧିକାରୀ ସୁଶାନ୍ତ ଦାସ ଏକ ଟିମ୍ ଗଠନ କରି ଓଡିଶା ରାଜ୍ୟରୁ ପଡଶି ଝାଡ଼ଖଣ୍ଡ ରାଜ୍ୟ ପଯ୍ୟନ୍ତ ଛାନବିନ ଆରମ୍ଭ କରିଥିଲା ! ଏହାକୁ ନେଇ ଆଜି ବୀରମିତ୍ରପୁର ଥାନା ପରିସରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛିଯାଇଛି ! ପୁଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଯେ ଟ୍ରକ୍ ନଂ ଯେ.ଏଚ୍ ୧୧ ଆର୍ ୩୧୧୨ ରେ ଲୁହା ପାଇପ ଲୋଡ୍ ହୋଇ ବାହାରିଥିବା ବେଳେ ଝାଡ଼ଖଣ୍ଡ ରାଜ୍ୟ ର ବୋକାରୋ ଅଞ୍ଚଳରେ ଥିବା ଏକ ଘରୋଇ କମ୍ପାନୀ କୁ ଯାଉଥିଲା l କିନ୍ତୁ ଗାଡି ଚାଳକ ଅବଦୁଲ୍ଲା ଅନସାରୀ ( ୧୯ ) ଟ୍ରକ୍ ଟିକୁ ଚୋରି କରିବା ଉଦ୍ଦେଶ୍ୟ ନେଇ ଫେରାର୍ ହୋଇଯାଇଥିଲା l ତେବେ ଟ୍ରକ୍ ଚାଳକ ଅବଦୁଲ୍ଲା ଅନସାରୀ କୁ ପୁଲିସ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚିରୁ ଗିରଫ କରିବା ସହ ଉକ୍ତ ଘଟଣାରେ ସମ୍ପୃକ୍ତ ମାଷ୍ଟର ମାଇଣ୍ଡ ହାଫିଜୁଲ୍ ଅନସାରୀ (୩୫) କୁ ଲୋହୋରଦଗା କୁଡୁ ଥାନା ଅଞ୍ଚଳରୁ ଗିରଫ କରିଥିଲା l ଏମାନେ ଦୁଇ ଜଣ ଲୁହା ପାଇପ ଟିକୁ ବିକିଥିବା ଝାରଖଣ୍ଡର ସିମଡେଗା ଅଞ୍ଚଳର ସଲମାନ ଖାଁ ( ୩୦) କୁ ମଧ୍ୟ ପୁଲିସ ଗିରଫ କରିଛି l ଗାଡି ରେ ମୋଟ ୧୫.୬୪୦ ମେଟ୍ରିକ୍ ଟନ୍ ଲୁହା ପାଇପ ଥିବା ବେଳେ ୮ ଟନ ମାଲ ବୀରମିତ୍ରପୁର ପୁଲିସ ଜବତ କରିଛି ! ଉକ୍ତ ଘଟଣାରେ ତିନି ଜଣ ଗିରଫ ହୋଇଥିବା ବେଳେ ଦୁଇ ଜଣ ଫେରାର୍ ଥିବା ଜଣାପଡିଛି ! ଉକ୍ତ ଟ୍ରକ୍ ଟି ଓ ଦୁଇ ଫେରାର୍ ଦୁର୍ବୃତ୍ତ ଙ୍କୁ ପୁଲିସ ଖୋଜାଖୋଜି କରୁଛି l ଅପର ପକ୍ଷରେ ଉକ୍ତ ଟ୍ରକ୍ ଟିରେ ଫର୍ଜି ନଂ ବ୍ୟବହୃତ କରାଯାଇଥିବା ବେଳେ ଟ୍ରକ୍ ରେ ଥିବା ସମ୍ପୂର୍ଣ୍ଣ ଲୁହା ପାଇପର ଆନୁମାନିକ ମୂଲ୍ଯ ୧୪ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୁଚନା ଦେଇଛି ! ସାମ୍ବାଦିକ ସମ୍ମିଳନୀରେ ବୀରମିତ୍ରପୁର ପୋଲିସ ଉପଖଣ୍ଡ ଅଧିକାରୀ ସୁଶାନ୍ତ ଦାଶ, ଥାନା ଅଧିକାରୀ ଆଶିଷ କୁମାର ଜେନା, କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଅଭୟ କୁମାର ମହାପାତ୍ର ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.