ସ୍କୁଲ ଚାନ୍ଦାରେ ଅନୁଷ୍ଠିତ ବ୍ଲକସ୍ତରୀୟ ବିଜ୍ଞାନ ମେଳା : ଛାତ୍ରଛାତ୍ରୀଙ୍କୁ ବସିବାକୁ ସ୍ଥାନ ନାହିଁ,ଖରାରେ ପ୍ରକଳ୍ପଧାରି ଛାତ୍ରଛାତ୍ରୀ

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦରମହକୁମା ସ୍ଥିତ ଶୈଳେନ୍ଦ୍ରନାରାୟଣ ଉ. ପ୍ରା ଵିଦ୍ୟାଳୟ ପରିସରରେ ଗତକାଲି ବ୍ଲକସ୍ତରୀୟ ଵିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାକୁ ବ୍ଲକ ଶିକ୍ଷାଧିକାରୀ ମନୋରଂଜନ ସେଠୀଙ୍କ ଅଧ୍ୟକ୍ଷତା କରିଥିବା ଵେଳେ ମୁଖ୍ୟ ଅତିଥି ବିଡିଓ ଶ୍ରୀ ନିଶାନ ମିଶ୍ର ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତାଭାବେ ନୋଡାଲ ପ୍ରଧାନ ଶିକ୍ଷକ ଶୁଭ୍ରଜ କୁମାର ବରାଳ, ସମ୍ମାନିତ ଅତିଥିଭାବେ ଏଵିଓ ଭକ୍ତିଲତା ବାରିକ, ସିଆରସି ମଧୁସୁଦନ ସାହୁ, ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ସମିତା ପାତ୍ର, ବ୍ଲକ ବିଜ୍ଞାନ ସଂଯୋଜକ ଶାନ୍ତନୁ କୁମାର ସୁତାର ଯୋଗଦେଇଥିଲେ। ଏହି ମେଳାରେ ଵରିଷ୍ଟ ବର୍ଗର ୪୨ଟି ଓ କନିଷ୍ଠ ବର୍ଗର ଗୋଟିଏ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କର ବିଜ୍ଞାନ ଓ ଵୈଷୟିକ ଦକ୍ଷତା ଵୃଦ୍ଧି ସହାୟକ ହୋଇପାରିବ ଵୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ହେଲେ ଉଦ୍ଜାପିତ ଉତ୍ସବରେ ବିଧାୟକ ଯୋଗଦେଵେ ଵୋଲି ବିଇଓ କହୁଥିବା ବେଳେ ତାଙ୍କ ଅନୁପସ୍ଥିତିରେ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାତ୍ର ଯୋଗଦେଇ ଥିବା ଵେଳେ , ସିଆରସି ମନୋରଞ୍ଜନ ପରମାଣିକ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ସିଆରସି ମାନେ ପରିଚାଳନାରେ ସହଯୋଗ କରିଥିଲେ। ପ୍ରକାଶ ଥାଉକି ଏହି ମେଳା ପାଇଁ ସରକାର ଯଥେଷ୍ଟ ଅର୍ଥ ଯୋଗାଇ ଦେଇଥିବା ଵେଳେ ପାଞ୍ଚ ଶହ ଓ ହଜାର ଟଙ୍କା ଲେଖାଏଁ ଗୋଟିଏ ଗୋଟିଏ ସ୍କୁଲରୁ ଵିଇଓଙ୍କ ସହମତିରେ ମାସିକିଆ ସିଆରସି ଆଦାୟ କଲାଭଳି ଵିଜ୍ଞାନ ମେଳା ପାଇଁ ଅର୍ଥ ଆଦାୟ ହେଵା ନେଇ ସାଧାରଣରେ ନାନା ଚର୍ଚା ଚାଲୁଛି, ଛାତ୍ରଛାତ୍ରୀ ମାନଙ୍କ ପାଇଁ ବସିବାକୁ ସ୍ଥାନ ନଥାଇ ଶିକ୍ଷକମାନେ ସ୍ଥାନ ଅଧିକାର କରିଥିବା ଵେଳେ ଛାତ୍ରଛାତ୍ରୀମାନେ ଏଣେତେଣେ ବୁଲି କେତେକ ଛିଡାହୋଇ ଦେଖୁଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.