ଦାରିଙ୍ଗବାଡି ଶୀତ ମହୋତ୍ସବ ପ୍ରସ୍ତୁତି ବୈଠକ

add-all

ଦାରିଙ୍ଗବାଡି,୯/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଶୀତ ମହୋତ୍ସବ ପାଇଁ ବ୍ଲକ ସଭାଗୃହ ଠାରେ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ ନେତୃତ୍ୱ କ୍ରମେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିଥି ଭାବେ ବ୍ଲକ ଅଧକ୍ଷ ସୁଶାନ୍ତ କୁମାର ପ୍ରଧାନ, ତହସିଲଦାର ଶରତ ଶବର, ଏସଆଇ ଜୀତେନ୍ଦ୍ର ବେହେରା, ଏସଡିସି ସଦସ୍ୟ ରମାକାନ୍ତ ମାଝୀ ଓ ରଞ୍ଜିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଶୀତ ମହୋତ୍ସବ ପାଳନ ନେଇ ବିଭିନ୍ନ ଆଲୋଚନା ହୋଇଥିଲା। ବିଡିଓ ଗଦାଧର ପାତ୍ର ଙ୍କ ତତ୍ତ୍ଵାବଧାନ କ୍ରମେ ବିଭିନ୍ନ କମିଟି ଗଠନ ହୋଇଥିଲା। ବିଡିଓ ପୂର୍ବ ବର୍ଷର ବିବରଣୀ ପାଠ କରିବା ସହ ବୈଠକ ପରିଚାଳନା କରିଥିଲେ। ଜାନୁଆରୀ ୯ ଓ ୧୦ ତାରିଖରେ ଆଦିବାସୀ ମେଳା ଓ ୧୧,୧୨ ଓ ୧୩ ତାରିଖରେ ଶୀତ ମହୋତ୍ସବ ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମଞ୍ଚ ସାଜସଜା ଉପରେ ଅଧିକ ଗୁରୁତ୍ବ ଦିଆଯିବା ନେଇ ଆଲୋଚନା ହୋଇଥିଲା। ଦାରିଙ୍ଗବାଡି ରେ ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ କରିବା ନିମନ୍ତେ ସ୍ଥାନୀୟ ବିଧାୟକ ତଥା ଉପ ବାଚସ୍ପତି ସାଲୁଗା ପ୍ରଧାନ ରାଜ୍ୟ ସରକାରଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଥିବା ସାଲୁଗା ପ୍ରଧାନ ମତପ୍ରକାଶ କରିଥିଲେ ।

ad-week
Leave A Reply

Your email address will not be published.