
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍ ସତ୍ୟପିର ମିଶ୍ରଙ୍କ ଅଦାଲତ ରେ ଆଜି ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ -୨୦୨୩ ଅନୁଷ୍ଠିତ ହୋଇଯାଇଛି ।ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ,ପ୍ରାକ୍ ମକଦ୍ଦମାମାମଲା ଗୁଡ଼ିକ ମଧ୍ୟରୁ ୧୧୧ଟିଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୬୩ ଲକ୍ଷ ୫୨ ହଜାର ୬୧ ଟଙ୍କ ଆଦାୟ କରାଯାଇଥିବା ବେଳେ, ୨୪ଟି ବି.ଏସ୍.ଏନ୍.ଏଲ୍. ମାମଲା ବିଚାର କରାଯାଇ ୫୭ ହଜାର୩୨୦ ଟଙ୍କା ଆଦାୟ କରାଯାଇଛି।
ସେହିପରି, ଅଦାଲତରେ ବିଚାର ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ୪ ଗୋଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୧ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ବେଳେ, ୨ଟି ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାରେ ୯ ଲକ୍ଷ ୭୫ ହଜାର ଟଙ୍କା ଆଦାୟ କରାଯାଇଛି। ୧୩ ଗୋଟି ଗୋଟି ବୈବାହିକ ବିବାଦ ଫଇସଲା କରାଯାଇ ୧ ଲକ୍ଷ ୩୩ କରାଯାଇଛି। ତେବେ, ୧୧ଟି ଅପରାଧିକ କମ୍ପାଉଣ୍ଡେବଲ୍,୨ଟି ଏନ୍.ଆଇ. ଆକ୍ଟ, ୩ଟି ଅନ୍ୟାନ୍ୟ ସିଭିଲ୍ ମାମଲା ଓ ଓ ୨୧୬ ଗୋଟି ଅନ୍ୟାନ୍ୟ ଅପରାଧିକ ମାମଲାର ଫଇସଲା ମଧ୍ୟ କରାଯାଇଛି ।ଆଜିର ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୧୩୫ଟି ଓ ଅଦାଲତରେ ବିଚାରାଧୀନ ମାମଲାଗୁଡ଼ି ଗୁଡ଼ିକ ମଧ୍ୟରୁ ୨୫୧ଟି ମାମଲାର ଫଇସଲା କରାଯାଇଛି ବୋଲି ଜଣାପଡ଼ିଛି ।ମାନନୀୟ ଜିଲ୍ଲା ଜଜ୍-ତଥା-ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ସତ୍ୟପିର ମିଶ୍ର, ପାରିବାରିକ ଅଦାଲତ ବିଚାରପତି, ଫୁଲବାଣୀ ଦେବ ଦତ୍ତ ଦାସ, ଅତିରିକ୍ତ ଜିଲ୍ଲା ଜଜ୍ ଓ ସେସନ୍ ଜଜ୍, ଫୁଲବାଣୀ ସୈକତ୍ ପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍, ଫୁଲବାଣୀ ଶ୍ରୀମତୀ ସୌମ୍ୟ ସୁଭଦର୍ଶିନୀ, ସହକାରୀ ସେସନ୍ ଜଜ୍- ମହିଳା କୋର୍ଟ ଫୁଲବାଣୀ ଶ୍ରୀମତୀ ବିଶ୍ଵକଲ୍ୟାଣୀ ମିଶ୍ର, ପ୍ରଧାନ ମାଜିଷ୍ଟ୍ରେଟ୍, ଜୁଭେନିଲ ଜଷ୍ଟିସ ବୋର୍ଡ, ଫୁଲବାଣୀ ଶ୍ରୀମତୀ ନିତିଶା ଚନ୍ଦକ୍, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧୀକରଣ, କନ୍ଧମାଳ, ଫୁଲବାଣୀ ଶ୍ରୀମତୀ ଅନୁଶିଲା ରୟ ଏସ୍.ଡି. ଜେ.ଏମ୍. ଫୁଲବାଣୀ ଅରିଜିତ୍ ଦାସ, ଜେ.ଏମ୍. ଏଫ୍.ସି., ଫୁଲବାଣୀ ସୁଶ୍ରୀ ସୌମ୍ୟାଶ୍ରୀ ମହାପାତ୍ର ଏବଂ ସୂଶ୍ରୀ ସ୍ବାଗତିକା ସ୍ବାଇଁଙ୍କ ଇଜ୍ଲାସରେ ମାମଲା ଗୁଡ଼ିକର ବିଚାର କରାଯାଇଥିଲା। କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ଫୁଲବାଣୀର ସମସ୍ତ କର୍ମଚାରୀଙ୍କ ସହାୟତାରେ ଏହି ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩କୁ ସାଫଲ୍ୟ ମଣ୍ଡିତ କରାଯାଇଥିଲା।