ସୁକୁମାରେ ୨୦ ମାଓବାଦୀ ଆତ୍ମସମର୍ପଣ…

add-all

ମାଲକାନଗିରି, ୯।୧୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ୨୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡର ସୁକୁମା ସ୍ଥିତ ପୁଲିସ ମୁଖ୍ୟାଳୟରେ ୫ ମହିଳାଙ୍କ ସମେତ ମୋଟ ୨୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି I ସୁକୁମା ଏସପି କିରଣ ଚୌହ୍ବାନ, ଏଏସପି ସନ୍ଦିପ ମିତ୍ତଲ, ପ୍ରଭାତ କୁମାର, ପରମେଶ୍ବର ତିଲକବାର, ଉତ୍ତମ ପ୍ରତାପ ସିଂହ, ଉତ୍ତମ ସିଂହ ପ୍ରମୁଖଙ୍କ ଉପସ୍ଥିତରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିଥିବା ବେଳେ ସେମାନେ ହେଲେ ମିଲିସିଆ ଡେପୁଟୀ କମାଣ୍ଡର ଉଇକା ଲକ୍ଷ୍ମା, ଡିଏକେଏମ୍ଏସ୍ ସଦସ୍ୟ ବୁଧରାମ, ନରସିଂହ, ଟାଙ୍ଗରୁ କୁଞ୍ଜାମ, ମିଲିସିଆ ସଦସ୍ୟ ସୋଡି ରତୀ, ତେଲାମ, ଅର୍ଜୁନ, ମଡକମ ସୁରେଶ, ମିଲିସିଆ ସଦସ୍ୟ କୁଞ୍ଜାମ ନନ୍ଦା, ସୋଡି ସମର, କାକୋ ଚିଲକୋ, ସୋଡି ମାଙ୍ଗୋ, କଟ୍ମ ଅର୍ଜୁନ, କଟ୍ମ ସୋମେ, ସୋଡି ହଡମା, ମାଡବୀ ଲଖମୁ, ଜଗତରାମ, କେଏଏମଏସ ଉପାଧ୍ୟଧକ୍ଷ ସୋଡୀ ଏଙ୍କି, ସିଏନଏନମ ସଦସ୍ୟ ଅଜୟ ତେଲାମ, କଟ୍ମ ଫୁଲେ । ତେବେ ଆତ୍ମସମର୍ପଣ ପରେ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ପୋଲିସ ପ୍କାଃୟରୁ କୁହାଯାଇଛି ।

ad-week
Leave A Reply

Your email address will not be published.