ଫୁଲବାଣୀ :କନ୍ଧମାଳରେ ଦୀର୍ଘ ଚାରିଦିନ ଧରି ଚାଲିଥିବା ୭୦ତମ ପୁରୁଷ ରାଜ୍ୟ ଭଲିବଲ୍ ଚମ୍ପିଅନସିପ ଆଜି ଉଦଯାପିତ ହୋଇଯାଇଛି। ଫୁଲବାଣୀ କରୋନେସନ ପଡିଆଠାରେ ଆଜି କିଟ୍ ଓ ସମ୍ବଲପୁର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ କିଟ୍ ୩-୦ ସେଟରେ ସମ୍ବଲପୁରକୁ ହରାଇ ବିଜୟୀ ହୋଇଥିଲା। ଚାମ୍ପିୟନ କୀଟ ଦଳ କୁ ୩୦ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସଅପ ସମ୍ବଲପୁରକୁ ୨୦ ହଜାର ଟଙ୍କା ଓ ଟ୍ରଫି ତଥା ତୃତୀୟ ଦଳ ହିସାବରେ ମୟୂରଭଞ୍ଜକୁ ୧୫ ହଜାର ଟଙ୍କା ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରାଯାଇ ଥିଲା। କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲ, ରାଜ୍ୟ ଭଲିବଲ ଆସୋସିଏସନ୍ କାର୍ଯ୍ୟକାରୀ ସଭାପତି କମଳକାନ୍ତ ପାଣ୍ଡେ, ଜିଲା କ୍ରୀଡା ସଂଘର ସାଧାରଣ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଖେଳାଳି ମାନଙ୍କ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇଥବାବେଳେ ଜିଲ୍ଲା ପ୍ରଶାସନର ମଧ୍ୟ ସହଯୋଗ ରହିଥିଲା ।
