ଜିଲ୍ଲା ସଂସ୍କୃତି ଭବନଠାରେ ଧୂସରଜଳ ପରିଚାଳନା ପ୍ରଶିକ୍ଷଣ ଶିବିର ଆୟୋଜିତ

add-all

ମାଲକାନଗିରି : ମାଲକାନଗିରି ପୌରପରିଷଦ ଦ୍ୱାରା ସଂସ୍କୃତି ଭବନ ଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମାଲକାନଗିରି ଜିଲ୍ଲାର ଦୁଇ ଗୋଟି ପୌରାଞ୍ଚଳ ଯଥା ପୌର ପରିଷଦ, ମାଲକାନଗିରି ଏବଂ ବିଜ୍ଞାପିତ ଅଂଚଳ, ବାଲିମେଳାର ସମସ୍ତ କର୍ମ କର୍ତ୍ତାଙ୍କୁ ନେଇ ଧୂସର ଜଳ ପରିପ୍ପଳନା ପ୍ରକଳ୍ପ (ଗ୍ରେ ଓ୍ବାଟର ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ) ଏକ ତାଲିମର ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କର ଅତିରିକ୍ତ ସଚିବ ଶ୍ରୀ ପ୍ରଭାତ କୁମାର ମହାପାତ୍ର, ମାଲକାନଗିରି ପୌରପରିଷଦ ଏବଂ ବିଜ୍ଞାପିତ ଅଂଚଳ, ବାଲିମେଳାର ଅଧକ୍ଷ, ଉପାଧ୍ଯକ୍ଷା, ନିର୍ବାହୀ ଅଧିକାରୀ, ପାରିଷଦ, ଯନ୍ତ୍ରୀ ଓ ଅନ୍ୟମାନେ ଆୟୋଜନ କରାଯାଇଥିବା ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରଟି ନିର୍ବାହୀ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆଙ୍କ ତତ୍ବାବଧାନରେ ପରିଚାଳନା ହୋଇଥିବା ବେଳେ ଷ୍ଟେଟ ପି.ଏମ.ଇଉ ର ଶ୍ରୀ ହେମନ୍ତ କୁମାର ପଣ୍ଡା ତାଲିମ ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌରାଞ୍ଚଳର ବାସିନ୍ଦା କିଭଳି ସୁସ୍ଥ ପରିବେଶ ମଧ୍ୟରେ ବସବାସ କରିବେ ସେହି ଆଧାରରେ ପ୍ରଶିକ୍ଷକ ମାନେ ବାସଗୃହରୁ ଉଦବୃତ୍ତ ନର୍ଦ୍ଦମା ଜଳ ଯେପରିକି ରୋଷେଇ ଘର ପାଣି, ପନିପରିବା, ଧୂଆପାଣି, ଗାଧୁଆଘରରୁ ବାହାରୁଥିବା ଜଳ କିପରି ସିଧାସଳଖ ନର୍ଦ୍ଦମାକୁ ନ ଛାଡ଼ି ତଥା ଭୂମି ଜଳ ସରଂକ୍ଷଣ ବୃଦ୍ଧି ଦିଗରେ ପୁନଃ ବ୍ୟବହାର ଉପଯୋଗୀ ହୋଇ ପାରିବ ସେହି ବିଷୟରେ ତାଲିମ ଦିଆ ଯାଇଥିଲା ।

ad-week
Leave A Reply

Your email address will not be published.