
ଦାରିଙ୍ଗବାଡ଼ି, ୧୩/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଡାକ୍ତରଖାନା ଉପରେ ଅଞ୍ଚଳର ୮ଗୋଟି ଗ୍ରାମ ପଞ୍ଚାୟତର ପ୍ରାୟ ୨୫ହଜାରରୁ ଉର୍ଦ୍ଧ ଜନ ସାଧାରଣ ନିର୍ଭର କରନ୍ତି। ଏହି ଡାକ୍ତରଖାନାରେ ପୂର୍ବରୁ ଦୁଇଜଣ ନର୍ସ ନିଯୁକ୍ତି ପାଇ କର୍ମରତ ଥିଲେ। ଦୁଇ ନର୍ସଙ୍କ ବଦଳି ପରଠାରୁ ଡାକ୍ତରଖାନାରେ ଆଉ ନର୍ସ ନିଯୁକ୍ତି କରା ଯାଇ ନାହିଁ। ଏପାଖରେ ଜଣେ ମାତ୍ର ଏମବିବିଏସ ଡାକ୍ତର କାର୍ଯ୍ୟରତ ରହିଛନ୍ତି। ଯାହାରି ଫଳରେ ଡାକ୍ତର ରୋଗୀ ଦେଖିବା ସହିତ ଗଭାବତୀ ମହିଳାଙ୍କ ଚିକତ୍ସା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ ପାଇଛି। ଏହି ଆଠ ଗୋଟି ଗ୍ରାମ ପଞ୍ଚାୟତର ପ୍ରସୂତି ମାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସହାୟତାରେ ଜିଲା ପ୍ରଶାସନ ଆମ ଗାଁ ସ୍ବେଛାସେବୀ ଅନୁଷ୍ଠାନରେ ମୋସେବା ଗୃହ ଯୋଗାଇ ଦେଇଛନ୍ତି। ଏହିଭଳି ପରିସ୍ଥିତିରେ କୌଣସି କାରଣରୁ ଡାକ୍ତର ଅନୁପସ୍ଥିତ ରହିଲେ ଗର୍ଭବତୀ ମହିଳା ବହୁ ହଇରାଣ ହରକତ ହେଉଥିବା ଜଣା ପଡ଼ିଛି। ଏଣୁ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ଏହିସମସ୍ୟକୁ ଗୁରୁତ୍ୱ ଦେଇ ଅତି ଶୀଘ୍ର ନର୍ସ ଯୋଗାଇ ଦେବାକୁ ଜିଲା ପାଳଙ୍କ ନିକଟରେ ଦାବୀ ରଖିଛନ୍ତି।