
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ମାନବାଧିକାର ମିସନ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜ, ଉପ ସଭାପତି ଜଳନ୍ଧର ବେହେରାଙ୍କ ନିର୍ଦ୍ଦେଶରେ ମାନବାଧିକାର ଚୈୟାରପରସନଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୭୬,ତମ ମାନବାଧିକାର ଦିବସକୁ ସେବା ଦିବସ ଭାବରେ ପାଳନ କରୁଥିବା ଦେଖିବାକୁ ମିଳୁଛି।ଏହି ଅବସରରେ କନ୍ଧମାଳ ଜିଲ୍ଲା ଜାମୁଝରି ଅଞ୍ଚଳର ବଙ୍ଗଳା ସାହିରେ ଥିବା ଅଙ୍ଗନୱାଡ଼ି କର୍ମୀ ରଶ୍ମିନି ମଲ୍ଲିକ ଏବଂ ସରପଞ୍ଚ ଲଳିତା କହଁରଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମଟି ପାଳନ ହେଇଯାଇଛି l ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲାର କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, ସମ୍ପାଦକ ଶେଖ୍ ରିହାଜୁଦିନ୍, ଉପ ସଭାପତି ଅଖୟ କୁମାର ରାୟ, ମାନବାଧିକାର ମିସନ ମିଡ଼ିଆ ସମ୍ପାଦକ କୁନା ଦିଗାଲ, ହୋମଗାର୍ଡ ସଂଘ କର୍ମକର୍ତ୍ତା ,ସଭାପତି ପ୍ରଭାତ କୁମାର ସାହାଣୀ ସମ୍ପାଦକ ସପନ କୁମାର ମିଶ୍ର, ଟାଉନ ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ଉପ ସଭାପତି ସାଫରିନ ଖାନ୍ କୋଷାଧ୍ୟକ୍ଷ ଜୟନ୍ତୀ ଚୈଧୁରୀଙ୍କ ଆଲୋଚନା ପ୍ରକାର ସଭାପତି ବିରାଜ କୁମାର ପ୍ରଧାନଙ୍କ ତତ୍ତ୍ବାବଧାନରେ ଜାମଝରି ପଞ୍ଚାୟତର ଜାମଝରି ଗ୍ରାମରେ ଥିବା ଅଙ୍ଗନବାଡ଼ି ସ୍କୁଲର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ସିଲଟ,ଖଡ଼ି, ଏବଂ ବିସ୍କୁଟ ଆଦି ବଣ୍ଟନ କରାଯାଇଥିଲା l ଏଥି ସହିତ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ମଞ୍ଜୁଳା ନାୟକଙ୍କ ହାଇକୋର୍ଟ ଡିଗ୍ରୀକେସ ମାନବାଧିକାର ମିସନର ପ୍ରୟାସକୁ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ଭୁୟଶ୍ରୀ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।ଏହି କାର୍ଯ୍ୟକ୍ରମରେ ଜାମୁଝରି ଅଞ୍ଚଳର ସମାଜସେବୀ ପ୍ରଦୀପ କହଁର,ରାଜ୍ଯ ସାମାଜ ସେବି ତଥା ବିଧାୟକ ପ୍ରତିନିଧି ନୀଳାମ୍ବର କହଁର ଏବଂ କନ୍ଧମାଳ ଜିଲ୍ଲା ମିଳିତ ମଞ୍ଚ ଜିଲ୍ଲା ସଭାପତି ସମୀର କୁମାର ଘଟାଲ ଉପସ୍ଥିତ ରହି ଶୃଙ୍ଖଳିତ ସହଯୋଗ କରିଥିଲେ।