ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୋଗଶିକ୍ଷା ଅନୁଷ୍ଠିତ…

add-all

ଦାରିଙ୍ଗବାଡ଼ି,୧୫/୧୨ : ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ସାମାଜିକ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ସୋନାଲିତା ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଯୋଗଶିକ୍ଷା ଅନୁଷ୍ଠିତ ହୋଇଯାଇଛି । ଯୋଗ ଶିକ୍ଷକ ଦିନେଶ କୁମାର ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଯୋଗ ସମ୍ପର୍କରେ ସଚେତନ କରିବା ସହ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ମୁଖ୍ୟ କରି ନିୟମିତ ଭାବେ ଯୋଗ କରିବା ଦ୍ୱାରା ସ୍ୱାସ୍ଥ୍ୟ ସୁସ୍ଥ ରହିବା ସହିତ ବିଭିନ୍ନ ରୋଗରୁ ମୁକ୍ତି ପାଇବା ନେଇ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପିକା ଶର୍ମିଷ୍ଠା ପ୍ରଧାନ, ଶ୍ରିନିତା ସୋନାଲିନ ହରପ୍ରିୟା ବେହେରା, ରଶ୍ମିତା ଦଳାଇ, ଅଧ୍ୟାପକ ରମାକାନ୍ତ ପାତ୍ର, ସାମ୍ବିତ ସତ୍ୟପ୍ରକାଶ ମିଶ୍ର, ଅଜୟ କୁମାର ଗୌଡ଼, ସତ୍ୟଜିତ ଧାମୁଡ଼ିଆ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.