ପାଣ୍ଡିଆନଙ୍କ ଗସ୍ତ ସମୟରେ ଶକ୍ତି ପ୍ରଦର୍ଶନ ପାଇଁ ରଣକୌଶଳ…

add-all


ଆସିକା ରେ ଏବେ ସବୁ ଟିକେଟ ଲବିରେ !
ବ୍ରହ୍ମପୁର: ଆସିକା ରେ ପୃଥକ ପୃଥକ ଭାବେ ପାଣ୍ଡିଆନ ଙ୍କୁ ସମର୍ଦ୍ଧନା ପାଇଁ ରଣ କୌଶଳ ଆରମ୍ଭ ହୋଇଯାଇଛି। ଗୁରୁବାର ଦିନ ବିଧାୟିକା ଗୋଷ୍ଟି ର ବୈଠକ ଆସିକା ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ କେବଳ ବିଧାୟିକା ଗୋଷ୍ଟିର କେତେକ ହାତ ଗଣତି ନେତାଙ୍କ ସମେତ କର୍ମୀ ଯୋଗ ଦେଇଥିଲେ। ଆଜି ମା ଖମ୍ବେଶ୍ୱରୀଙ୍କ ମନ୍ଦିର କମିଟି ର କର୍ମକର୍ତ୍ତା ଓ କିଛି ପ୍ରଶାସନିକ ଅଧିକାରୀ ଯୋଗ ଦେଇ ପାଣ୍ଡିଆନ ଙ୍କ କାର୍ଯ୍ୟକ୍ରମ କୁ ସଫଳତା ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ଆର୍ଥିକ ସହାୟତା ଟଙ୍କା ଦେଇଥିବା ଯୋଗୁଁ ସମ୍ବର୍ଦ୍ଧନା ଓ ଧନ୍ୟବାଦ ଦେବା ପାଇଁ ଆଲୋଚନା ହୋଇଥିବା ଜଣାପଡିଛି। ଏହି ପୃଥକ ପୃଥକ ବୈଠକ ପରେ ଆସିକା ବିଜେଡ଼ି ରେ ଥିବା ଗୋଷ୍ଟି କନ୍ଦଳ ପୁଣି ପଦାରେ ପଡିଛି। ବିଧାୟିକା ଗୋଷ୍ଟି ଓ ବିରୋଧି ଗୋଷ୍ଟି କନ୍ଦଳ ଶଙ୍ଖ ଭବନ ରେ ମଧ୍ୟ ବୈଠକ ବସି ସମାଧାନ ହୋଇପାରିଲାନାହିଁ ବୋଲି ଚର୍ଚ୍ଚା ହେଉଛି। ଉଭୟେ ଗୋଷ୍ଠିର ଥିବା ଆଶାୟୀ ମାନେ ପାଣ୍ଡିଆନ ଙ୍କ ଆସିକା ଗସ୍ତ ବେଳେ ଶକ୍ତି ପ୍ରଦର୍ଶନ କରି ଟିକେଟ ହାତେଇବାକୁ ପ୍ରୟାସ ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଲାଣି। ଆଗାମୀ ସାଧାରଣ ନିର୍ବାଚନ ରେ ପାଣ୍ଡିଆନଙ୍କ ଆଶୀର୍ବାଦ କେଉଁ ଗୋଷ୍ଟି ର ନେତା ଙ୍କୁ ମିଳିବ ତାକୁ ଦେଖି ବିରୋଧି ରଣ କୌଶଳ ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.