
ଛଦ୍ମବେଶରେ ଗୁପ୍ତ ତଥ୍ୟ ସଂଗ୍ରହ ଚାଲିଛି…!
ବ୍ରହ୍ମପୁର : ବଲାଙ୍ଗୀର ରେ ସାହୁ ବ୍ରୋଦେର୍ସ ନିକଟରୁ ପେଟି ପେଟି ଟଙ୍କା ଜବତ ପରେ ସାରା ରାଜ୍ୟରେ କୁବେର ମଦ ମାଫିଆ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏବେ ଗତ ଏକ ସପ୍ତାହ ହେବ ଛଦ୍ମ ବେଶରେ କିଛି ଇଡ଼ି- ଆଇଡ଼ି ବିଭାଗ ର ଅଧିକାରୀ ଗଞ୍ଜାମ ଜିଲ୍ଲାର କେତେକ ଲର୍ଡ଼ଜ ରେ ଡେରା ପକାଇ ତଥ୍ୟ ସଂଗ୍ରହ କରୁଥିବା ବିଶେଷ ସୂତ୍ରରୁ ଜଣା ପଡିଛି। ଏବେ ଇଡ଼ି-ଆଇଡ଼ି ସକ୍ରିୟ ହୋଇ ମଦ-ବାଲି-ଜମି ମାଫିଆ ଙ୍କ ଉପରେ ନଜର ରଖି ଖୋଳତାଡ଼ ଆରମ୍ଭ କରି ଦେଇଥିବା ଘଟଣା ଚର୍ଚ୍ଚା କୁ ଆସିଛି। କିଛି ଅଧିକାରୀ ଏବେ ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ସ୍ଥଳି କୁ ଭ୍ରମଣ ରେ ଆସିଥିବା ଓ ପାନ୍ଥନିବାସ ଓ ଲର୍ଡ଼ଜ ରେ ରହି କୁବେର ମାଫିଆ ଙ୍କ ବିଷୟ ରେ ତଥ୍ୟ ସଂଗ୍ରହ କରୁଥିବା ଚର୍ଚ୍ଚା ହେଲାଣି। ଏହି ସ୍କାନର ରେ କାହାର ନାମ ରହିଛି ତାହା ଗୁପ୍ତ ଭାବେ ସବୁ ତଥ୍ୟ ଉଚ୍ଚ ଅଧିକାରୀ ଙ୍କ ନିର୍ଦ୍ଧେଶ ରେ ହେଉଥିବା ଚର୍ଚ୍ଚା ହେଉଛି। ସାହୁ ବ୍ରୋଦେର୍ସ ର ଗୁମର ଖୋଲିବା ପରେ ମଦ- ବାଲି-ଜମି ବ୍ୟବସାୟ ରୁ କୁବେର ହୋଇ ଥିବା ମାଫିଆ ଙ୍କ ଉପରେ ଇଡ଼ି-ଆଇଡ଼ି ଆକ୍ଟିଭ ମୁଡ଼ ରେ ଥିବା ଲକ୍ଷ କରାଯାଇଛି। ମଦ-ବାଲି -ଜମି ଏହି ତିନି କୁବେର ବ୍ୟବସାୟୀ ଙ୍କୁ କେଉଁ ରାଜନୈତିକ ଦଳରୁ ଆଶୀର୍ବାଦ ମୁଳୁଛି ଦେଖିବାକୁ ବାକି ରହିଲା।