
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅନ୍ତର୍ଗତ ଗହିରମଥା ରେଞ୍ଜର ଗୁରୁଵାର ଦିନ ସାମୁଦ୍ରିକ ଅଭୟାରଣ୍ୟରେ ଵେଆଇନ ଭାବେ ମାଛ ମାରୁଥିବା ଓମ୍ ଵାଵା -7ନାମକ ଟ୍ରଲର ସହ ୯ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଵନ ଵିଭାଗ। ସୂଚନାଯୋଗ୍ୟ ଗୁରୁଵାର ଦିନ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଵନ ବିଭାଗ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ସମ୍ପୃକ୍ତ ଟ୍ରଲର ଅଗରନାସି କୂଳ ଠାରୁ ପ୍ରାୟ ୧୦ କିମି ଦୂରରେ ବେନୀୟମ ଭାଵେ ମାଛ ମାରୁଥିବା ଉକ୍ତ ଟ୍ରଲରକୁ ଵନ ବିଭାଗ ଜବତ କରିବା ସହ ୯ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅମର ମଳିକ, ରତିକାନ୍ତ ସିହ୍ନା, ରଞ୍ଜିତ ଵେହେରା, ମୁନା ସାହା, ଏସ୍ କେ ରଫିକ୍, ବାପୁନି ଜେନା, ରହିମ ଖାନ୍, ସମୟ ମାଝି, ଶିବ ଶଙ୍କର ପାତ୍ରଙ୍କୁ ଗିରଫ କରି ଗୋଟିଏ ଜିପିଏସ୍, ଟ୍ରଲି ନେଟ ୭ଟା, ମାଛ ୫ କୁଇଣ୍ଟାଲ ଜବତକରିଥିବା ପେଟ୍ରୋଲିଂରେ ନେତୃତ୍ୱ ନେଇଥିବା ରେଞ୍ଜର ଶ୍ରୀ ପ୍ରଦୋଷ ମହାରଣା ସୂଚନା ଦେଇଛନ୍ତି।