ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡାଉତ୍ସବ

add-all

ଦାରିଙ୍ଗବାଡ଼ି, ୧୬/୧୨ : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କ୍ରୀଡା ଉତ୍ସବ ଗତ କାଲିଠାରୁ ଆରମ୍ଭ ହୋଇ ଆଜି ସମାପ୍ତି ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନ ଶିକ୍ଷକ କୃପାସିନ୍ଧୁ ସିଂଙ୍କ ତତ୍ୱାବଧାନରେ ଓ ଖେଳକୁଦ ପ୍ରିଶିକ୍ଷକ ରବୀନ୍ଦ୍ର କୁମାର ହୋତାଙ୍କ ନେତୃତ୍ୱରେ ବାର୍ଷିକ କ୍ରୀଡା ଉତ୍ସବ ପରିଚାଳିତ ହେଉଥିବା ଦେଖିବାକୁ ମିଳିଛି। ଏହି ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୮୭ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ସୂଚନା ରହିଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.