ଦାରିଙ୍ଗବାଡିରେ ଶୀତର ତାପ ମାତ୍ରା ବଢିଛି

add-all

ଦାରିଙ୍ଗବାଡି, ୧୬/୧୨ : ଓଡିଶାର କଶ୍ମୀର କୁହାଯାଉଥ‌ିବା ଦାରିଙ୍ଗବାଡି ଅଞ୍ଚଳରେ ପାରଦ ତଳ ମୁହାଁ ହୋଇଛି। ସକାଳ ଶୀତ ବୃଦ୍ଧି ପାଇବା ସହ ସଞ୍ଜ ଆସିଲେ ଶୀତର ପ୍ରକୋପ ଧୀରେ ଧୀରେ ବଢିବା ସହ ପାରଦ ଖସୁଛି। ଶୁକ୍ରବାର
ସକାଳ ୮ଟା ସୁଦ୍ଧା ତାପମାତ୍ରା ହ୍ରାସ ପାଇ ୯ ଡିଗ୍ରୀରେ ପହଞ୍ଚିଛି। ଆଜି ତାପ ମାତ୍ରା ୧୦ଡିଗ୍ରୀ ଥିବା ବ୍ଲକ କାର୍ଯ୍ୟାଳୟରୁ ସୂଚନା ରହିଛି। ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ଏହାଠାରୁ ଆହୁରି କମ ତାପମାତ୍ରା ରହିଛି। କାଟିଙ୍ଗିଆ, ସାରାମୁଳି, ପର୍ତ୍ତମାହା, ଦନେକବାଡି, ସିଆଙ୍ଗବାଲି, ସିର୍କାବର୍ଗ, ଦାସିଙ୍ଗବାଡି, ତିଲୋରୀ, ଗୁମିକିଆ, ବୁଡ଼ାଗୁଡା, ତାଜୁଙ୍ଗିଆ, ହାତୀମୁଣ୍ଡା ଆଦି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଜାଡ଼ ଅନୁଭୂତ ହେଉଥିବା ଅଞ୍ଚଳବାସୀ କହିଛନ୍ତି। ବିଭିନ୍ନ ସ୍ଥାନରେ ଶୀତରୁ ତ୍ରାହି ପାଇବା ପାଇଁ ଲୋକମାନେ ନିଆଁର ସାହାରା ନେଉଥ‌ିବା ଦେଖ‌ିବାକୁ ମିଳୁଛି ସନ୍ଧ୍ୟା ହେଲେ ବଜାରଘାଟ ଜନଶୂନ୍ୟ ହୋଇଯାଉଛି ବିଶେଷ କାର୍ଯ୍ୟ ନ ଥିଲେ ଲୋକମାନେ ଘରୁ ପଦାକୁ ବାହାରୁନାହାନ୍ତି। କାମଧନ୍ଦା ପାଇଁ ପୂର୍ବାହ୍ନ ୯ଟା ପରେବି ଯିବା କଷ୍ଟକର ହେଉଥିବା ସର୍ଵ ସାଧାରଣରେ ଆଲୋଚନା ହେଉଥିବା ଜଣା ପଡ଼ିଛି। ଶୀତରୁ ରକ୍ଷା ପାଇବା ପାଇଁ ଗ୍ରାମାଞ୍ଚଳ ସହିତ ବଜାର ଘାଟରେ ନିଆଁ ଲଗେଇ ନିଆଁ ପାଖରେ ଲୋକ ରହୁଥିବା ଦେଖିବାକୁ ମିଳୁଛି।

ad-week
Leave A Reply

Your email address will not be published.