ସନ୍ଦେହ ଘେରରେ ଛାତ୍ରୀଙ୍କ ଆତ୍ମହତ୍ୟା…

add-all


କୁଆଁରମୁଣ୍ଡା– ୧୮/୧୨/୨୩ ରିଖ ସକାଳ ଘ ୬,୩୦ମିନିଟ କୁଆଁରମୁଣ୍ଡା ବ୍ଳକ ଅନ୍ତର୍ଗତ ସିଟି ସ୍କୁଲ ପାଖ ନିଜ ଘରେ ବେକରେ ଶାଢୀ ଫାଶ ଲଗାଇ ମନ୍ଦିର ପୂଜକ ଭୂବନ ବିହାରି ଦାଶଙ୍କ କନିଷ୍ଠ ଝିଅ ଦିପ୍ତିମୟୀ ଦାଶ ( ୨୨ବର୍ଷ) ମୁର୍ତ୍ତ୍ୟୁ ବରଣ କରିବା ଖବର ଶୁଣିବା ପରେ କୁଆଁରମୁଣ୍ଡା ଜନସାଧାରଣ ଙ୍କୁ ଏହା ଚକିତ କରିଛି । ଦିପ୍ତିମୟୀ ଙ୍କୁ କୁଆଁରମୁଣ୍ଡା ହସ୍ପିଟାଲକୁ ତରବରିଆ ଭାବେନେଇଯିବା,ପୋଲିସକୁ ନ ଜଣାଇବା,ଏହା ସନ୍ଦେହ ଘେରରେ ରହିଛି..? ହସ୍ପିଟାଲ କର୍ତ୍ତୃପକ୍ଷ ଝିଅ ଟିକୁ ମୁର୍ତ୍ତ୍ୟୂ ଘୋଷିତ କରିବାସହ କୁଆଁରମୁଣ୍ଡା ଫାଣ୍ଡିକୁ ଖବର ଦେଇଥିଲେ । କୁଆଁରମୁଣ୍ଡା ଫାଣ୍ଡିର କାର୍ଯରତ ପୋଲିସ ଏ.ଏସ.ଆଇ ଶ୍ରୀ ଏସ.ଏନ.ଦାସ ସମେତ କାର୍ଯରତ
ପୋଲିସ କନେଷ୍ଟବଳ ମିଳିତ ସହଯୋଗ ରେ ଶବଟି କୁ କୁଆଁରମୁଣ୍ଡା ହସ୍ପିଟାଲ ରେ ପହଞ୍ଚି ଶବ ବ୍ଯବଚ୍ଛେଦ ପାଇଁ ପଠାଇ ଥିଲେ । ସୂଚନା ଥାଉକି ଦିପ୍ତିମୟୀ ଜଣେ ମେଧାବୀ ଛାତ୍ରୀ ଥିଲେ ସେ ଦ୍ୱତୀୟ ବର୍ଷ ପି ଜି ଛାତ୍ରୀ ଥିଲେ ଏବଂ ଆଜି ହିଁ ତାଙ୍କ ପରୀକ୍ଷା ଥିଲା, ସୂଚନା ମୁତାବକ ସକାଳୁ ଉଠି ସବୁ ଦିନ ପରି ଫୁଲ ତୋଳି ଘରକୁ ଆସି ବାପା ମା ଙ୍କୁ ସାହାଯ୍ୟ କରିଥିଲେ ଏବଂ ବାପାଙ୍କୁ ପୂଜା ପାଇଁ ଫୁଲ ଏବଂ ଚାହା ପିଇବା ପାଇଁ ଦେଥିଲେ, ମା କାମରେ ବ୍ୟସ୍ତ ଥିଲେ ସବୁକିଛି ଠିକ ଠାକ ଥିଲେ କିନ୍ତୁ ହଟାତ କେଉଁ ପରିସ୍ଥିତି ରେ ଏପରି ପଦକ୍ଷେପ ନେଲେ ତାହା ସନ୍ଦେହ ଘେରକୁ ଆସୁଛି ତାଙ୍କର ଗୋଟିଏ ବଡ଼ ଭଉଣୀ ବି ଅଛନ୍ତି ସେ ପଡୋଶୀ ରାଜ୍ୟ ଛତିଶଗଡ ରାୟପୁର ରେ ବ୍ୟାଙ୍କ ରେ କାର୍ଯ୍ୟ ରତ, ବାପା ଜଣେ ପ୍ରସିଦ୍ଧ ପୂଜକ ସେ କୁଆଁରମୁଣ୍ଡା ରାଧା କୃଷ୍ଣ ମନ୍ଦିର ରେ ପୂଜକ ଅଟନ୍ତି କେବଳ ତାଙ୍କ ପରିବାର ନୁହଁ ସମଗ୍ର କୁଆଁରମୁଣ୍ଡା ଓ ତାଙ୍କ ସାଙ୍ଗ ସାଥି ଦୁଃଖରେ ଭାଙ୍ଗି ପଡିଛନ୍ତି ସେ ପଢ଼ୁଥିବା ଅଧ୍ୟାପକ ଓ ସହପାଠିନୀ ମାନେ ତାଙ୍କ ମୃତ୍ୟୁ ଖବର ଶୁଣି ଶୋକ ପ୍ରକାଶ କରିଛନ୍ତି l ସେ ଯାହାବି ହେଉ ଶବବବଛେଦ ରିପୋର୍ଟ ଆସିଲାପରେ ମୁର୍ତ୍ତ୍ୟୂର ପ୍ରକୃତ କାରଣ ଏହା ହତ୍ୟା ନା ଆତ୍ମ ହତ୍ୟା ଜଣାପଡିବ। ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି…

ad-week
Leave A Reply

Your email address will not be published.