ମଶା ଧୂଆଁ ରେ ମଧ୍ୟ ଆସିକା ରେ ମୁହଁ ଦେଖା କାରବାର…

add-all

ବ୍ରହ୍ମପୁର : ଆସିକା ବିଜ୍ଞପିତ ଅଞ୍ଚଳ ପରିଷଦ ରେ ମଶା ଆତଙ୍କ ନିର୍ବାଚିତ ପ୍ରତିନିଧି ଙ୍କ ସାହିରେ ମଶାମରା ଧୂଆଁ କେବଳ ସୀମିତ। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଶୀତଋତୁ ଆରମ୍ଭ ରୁ ମଶାବଂଶ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।ସ୍ୱଚ୍ଛତାର ଦ୍ୱାହି ଦେଇ ଡ୍ରେନେଜ ଉପରେ କେତେକ ୱାର୍ଡ଼ ରେ ଢାଙ୍କୁଣୀ ଘୋଡ଼ା ଯାଇଛି। ବିଭିନ୍ନ ୱାର୍ଡ଼ ରେ ସଞ୍ଜ ନଇଲେ ମଶା ଦାଉରୁ ରକ୍ଷା ମିଳୁନି କୌଣସି ୱାର୍ଡ଼ ରେ ଥିବା ଡ୍ରେନେଜ ମଶାତେଲ ଛିଞ୍ଚନ ହେଉନାହିଁ। ମଶା ଦଂଶନ ଦ୍ୱାରା ଫୋଟକା ଭଳି ଫଳି ଯାଉଛି। ବିଭିନ୍ନ ୱାର୍ଡ଼ରେ ଥିବା ଡ୍ରେନେଜ ଗୁଡ଼ିକ ରେ ମାଟି ଜମିରହିବା ଫଳରେ ଜଳ ନିଷ୍କାସନ ନ ହୋଇ ମଶାଵଂଶ ବୃଦ୍ଧି ହୋଇଛି। ମଶା ଦଂଶନ ରେ ସହରବାସୀ ଅତିଷ୍ଠ ବୋଲି ଖବର ପ୍ରକାଶ ପରେ କେତେକ ନିର୍ବାଚିତ ପ୍ରତିନିଧି ଙ୍କ ୱାର୍ଡ ରେ ମଶା ମରା ଧୂଆଁ କେବଳ ମାରି ବାବୁ ଚୁପଚାପ ବସିଯାଇଥିବା ମଧ୍ୟ ଅଲୋଚନ ହେଉଛି। ସ୍ୱଚ୍ଛତା ନାମରେ ଡିମଣ୍ଡିମ ପିଟି ପୁରସ୍କାର ପାଇଁ ଚେଷ୍ଟା କରୁଥିବା ବାବୁ ଅଫିସ ରେ ନବସି ସହର ର ୱାର୍ଡକୁ ଗସ୍ତ କରିଲେ ପ୍ରକୃତ ସ୍ୱଚ୍ଛତା ର ଅବସ୍ଥା ଜଣାପଡ଼ିବ ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.