ଜିଏସଟି ବିଭାଗ ପକ୍ଷରୁ କପଡା ଦୋକାନରେ ଚଢଉ

add-all

ମାଲକାନଗିରି, ୧୯।୧୨ : ମାଲକାନଗିରି ଜିଲ୍ଲା ସଦରରେ ଥିବା ଏକ ବସ୍ତ୍ରାଳୟ ତଥା ପୋଷାକ ବିକ୍ରୟ ଦୋକାନ ଉପରେ ଜିଲ୍ଲା ଜିଏସଟି ବିଭାଗ ପକ୍ଷରୁ ଚଢଉ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ଏହି ଦୋକାନର ଦୀର୍ଘ ଦିନ ଧରି ଜିଏସଟି ନମ୍ବର ଟି ରିଜେକ୍ଟ ହୋଇ ଯାଇଥିବା ବେଳେ ଏହାକୁ ଉକ୍ତ ବ୍ୟବସାୟୀ ଜଣଙ୍କ ଏହାକୁ ଅଣ ଦେଖା କରି ଖାମଖିଆଲି ଭାବେ ବ୍ୟବସାୟ କରିବାରେ ଲାଗିଥିଲେ । ଯାହାକୁ ନେଇ ଆଜି ଜିଲ୍ଲା ଜିଏସଟି ବିଭାଗ ପକ୍ଷରୁ ଉକ୍ତ ଦୋକାନରେ ଚଢଉ କରଯାଇଥିଲା । ଏହି ଚଢଉରେ ସିଟି ଏବଂ ଜିଏସ୍ଟି ଏନଫୋର୍ସମେଣ୍ଟ ୟୁନିଟ୍ ଡେପୁଟି କମିଶନର ସରୋଜ କିଶୋର ହାଁସଦା ନେତୃତ୍ଵ ନେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଆସିଷ୍ଟ।ନ୍ଟ ସିଟି ଏବଂ ଜିଏସ୍ଟିର କମିଶନର ସ୍ବାଗତିକା ପଣ୍ଡା, ବିଜୟ କୁମାର ବେବର୍ତା, ପାୟରାପୁ ତ୍ରିନଥା, ସିଟି ଏବଂ ଜିଏସ୍ଟି ଅଧିକାରୀ ଅକ୍ଷୟ କୁମାର ମିଶ୍ର, ନିଶିକାନ୍ତ ମହାପାତ୍ର, ଆସଷ୍ଟ ସିଟି ଏବଂ ଜିଏସ୍ଟି ଅଧିକାରୀ ବି.ଭି ଶ୍ରୀନିବାସ ରାଓ, ମନୋଜ କୁମାର ମିଶ୍ର, ସୁଦର୍ଶନସୁ କୁମାର ମଲ୍ଲିକ ଓ ଅମରେଶ କୁମାର ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ଦୋକାନରେ ଚଢଉ ବେଳେ ବିଭିନ୍ନ ପ୍ରକାରର ତଥ୍ୟ ସଂଗ୍ରହ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାର ଯାଞ୍ଚ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.