ସରକାରୀ ବହୁବୃତ୍ତି ବୈଷୟିକ ଶିକ୍ଷାନୁଷ୍ଠାନ (ନୂଆ-ଓ) ର ଉଦଯାପନୀ ଦିବସ

add-all

ଫୁଲବାଣୀ : ଫୁଲବାଣୀ ସ୍ଥିତ ସରକାରୀ ବହୁବୃତ୍ତି ବୈଷୟିକ ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ ନୂତନ ଉନ୍ନତ ଅଭିଳାଷା(ନୂଆ-ଓ) କାର୍ଯ୍ୟକ୍ରମ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଅଧୀନରେ ତା.୧୨.୧୨.୨୦୨୩ ରିଖରୁ ଠାରୁ ଆରମ୍ଭ ହୋଇଥିବା କ୍ରୀଡ଼ା, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଦ୍ଯାପନୀ ଉତ୍ସବ ଶେଷ ହୋଇ ଯାଇଛି। ଏହି ଅବସରରେ ଆୟୋଜିତ ବୈଠକରେ ଓଡ଼ିଶା ରାଜ୍ୟ ବିହନ ଲିଗମ ଲିମିଟେଡ୍‌ର ସଭାପତି ବିଜୟ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥୁଭାବେ ଜିଲ୍ଲା ଯୋଜନା ଆୟୋଗ ସଭ୍ୟ(ସହରାଞ୍ଚଳ) ରାଜେନ୍ଦ୍ର କୁମାର ପାଢ଼ୀ, ସେକ୍ରେଟାରୀ, କସମ ସଞ୍ଜିତ କୁମାର ପଟ୍ଟନାୟକ, ଦାରିଙ୍ଗବାଡ଼ି ଶିଳ୍ପ ଓ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ସହିତ ଯୁବଶକ୍ତିର ସଶକ୍ତିକରଣ ତଥା ସେମାନଙ୍କ ଲୁକ୍କାୟିତ ପ୍ରତିଭାର ଅନ୍ଵେଷଣ ନିମନ୍ତେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କର ଏହା ଏକ ନିଆରା ପଦକ୍ଷେପ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ବର୍ଗରେ ଅନୁଷ୍ଠିତ ହୋଇଥିବା ୪୦ଗୋଟି କାର୍ଯ୍ୟକ୍ରମର ବିଜେତା ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିମାନେ ଟ୍ରଫି ଓ ମାନପ‌ତ୍ର ପ୍ରଦାନ କରିଥିଲେ। କ୍ରୀଡ଼ା ବିଭାଗ ଅଧୀନରେ ୩୦ଗୋଟି କାର୍ଯ୍ୟକ୍ରମ ହୋଇଥିବା ବେଳେ, ୧୦ଗୋଟି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ସବୁ ବର୍ଗର ବିଜେତା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଇଂ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ସଭାରେ ଶ୍ରୀମତୀ ତୃପ୍ତ ମହାନ୍ତି ସଭା ପରିଚାଳନା କରିଥିଲେ। ପୁରସ୍କାର ବିତରଣ ଉତ୍ସବ ପରେ ପରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ad-week
Leave A Reply

Your email address will not be published.