ଶିଶୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟିର ଚଢାଉ…

add-all

ବାଲିମେଳା,କୋରକୋଣ୍ଡା ୨୦/୧୨/୨୩:

ଜିଲ୍ଲା ଟାସ୍କ ଫୋର୍ସ କମିଟି ଆଜି ବାଲିମେଳା ଏନଏସି ଏବଂ କରକୋଣ୍ଡା ବ୍ଲକ ର ବିଭିନ୍ନ ସଂସ୍ଥାରେ ଅଚାନକ ଚଢ଼ାଉ କରି ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛନ୍ତି। ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ କମିଟି ଗଠନ କରାଯାଇଛି। ଏହି କମିଟିରେ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ କମିଟି, ଆରକ୍ଷୀ ଅଧିକାରୀ ଓ ଏନଜିଓ ସଂସ୍ଥା ରହିଛନ୍ତି । ଏହି କମିଟି ବିଭିନ୍ନ ପ୍ରକାରର ସଂସ୍ଥା ଯଥା ହୋଟେଲ, ଫେବ୍ରିକେସନ ସଂସ୍ଥା,ନିର୍ମାଣ କାର୍ଯ୍ୟ, ଏବଂ ଗ୍ୟାରେଜ ଗୁଡ଼ିକୁ ଅଚାନକ ଚଢାଉ କରିଥିଲେ । ଏହି ଚଡାଉ ସମୟରେ ୧ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସିଡବ୍ଲୁସିଙ୍କ ପାଖରେ ଉପସ୍ଥାପିତ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ଜିଲ୍ଲାର ଅନ୍ୟ ବ୍ଲକ ମାନଙ୍କରେ ଅନୁରୂପ ଭାବେ ଅଚାନକ ଚଢ଼ାଉ କରାଯିବ । ଏହି ଚଢ଼ାଉ ରେ ସହକାରୀ ଶ୍ରମ ଅଧିକାରୀ, ପୂର୍ଣ୍ଣିମା ଦୁରୁକା, ଏବଂ ତନ୍ମୟ ମଣ୍ଡଳ ଜିଲ୍ଲା ଶିଶୁ ସୁରକ୍ଷା ୟନିଟ ଷ୍ଟାଫ୍, ଗଙ୍ଗା ବଡ ରଜୁ,ପରିବର୍ତ୍ତନ ଏନଜିଓର ଫରେଶ ଚନ୍ଦ୍ର ବେହେରା,ପୋଲିସ ବିଭାଗର କର୍ମଚାରୀ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ। କୌଣସି ନିର୍ମାଣାଧିନ କାର୍ଯ୍ୟରେ ଶିଶୁ ଶ୍ରମିକଙ୍କୁ ନିୟୋଜିତ କିମ୍ବା ପ୍ରୋତ୍ସାହନ ନକରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ, ଶରତ ପାଣିଗ୍ରାହୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.