ଉମରକୋଟ (୨୦/୧୨/୨୦୨୩) ନବରଙ୍ଗପୁର ଜିଲ୍ଲା ଝରୀଗାଁ ଚନ୍ଦାହାଣ୍ଡି ଘାଟିରେ ଅଜଣା ଗାଡି ଧକାରେ ଜଣେ ବ୍ୟକ୍ତିର ମର୍ମାନ୍ତୀକ ମୃତ୍ୟୁ ଘଟିଛି | ମୃତ ବ୍ୟକ୍ତି ଜଣକ ହେଲେ ଚନ୍ଦାହାଣ୍ଡି ଥାନା ଚକାମାଲ ଗ୍ରାମର ବଜନାଥ ପୋଡ଼ ଙ୍କ ପୁଅ ତୁଳସୀ ପୋଡ଼ ବୋଲି ସୂଚନାରୁ ଜଣାପଡିଛି | ତୁଳସୀ ସବୁଦିନ ଭଳି ଗତକାଲି ନିଜ କାମ ପାଇଁ ଘରୁ ବାହାରି ଯାଇଥିଲେ କିନ୍ତୁ ବିଳମ୍ବ ରାତି ଯାଏ ଘରକୁ ନ ଫେରିବାରୁ ପରିବାରର ଲୋକ ମାନେ ସବୁଆଡ଼େ ଖୋଜା ଖୋଜି କରି ସନ୍ଧାନ ପାଇଁ ନ ଥିଲେ |ସକାଳୁ ଚନ୍ଦାହାଣ୍ଡି ଘାଟିରେ ଯିବା ଆସିବା ଲୋକ ମାନେ ଏହି ପରି ଏକ ସାଙ୍ଘାତିକ ଦୁର୍ଘଟଣାର ଶିକାର ହୋଇଥିବା ତୁଳସୀକୁ ଚିହିଁ ପାରି ପରିବାର ଲୋକଙ୍କୁ ଅବଗତ କରାଇବା ପରେ ପରିବାର ଲୋକ ଘଟଣା ସ୍ଥଳରେ ପହଂଚି ମୃତ ତୁଳସୀର ଶରୀର ଦେଖି ବାପା ଚେତାଶୂନ୍ୟ ଯାଇଥିଲେ | ତେବେ ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ପାଖାପାଖି କୋଡିଏ ମିଟର ରୁ ଉର୍ଦ୍ଧ ରାସ୍ତା ପର୍ଯ୍ୟନ୍ତ ମୃତ ବ୍ୟକ୍ତିର ଶରୀର ଘୋଷାରି ହୋଇ ଯାଇଥିଲା |ଦୁର୍ଘଟଣାରେ ଶରୀରର ଅଧା ଅଂଶ ଦେଖା ଯାଉ ନ ଥିବା ବେଳେ ଅଧା ଅଂଶ ରାସ୍ତା କଡରେ ପଡି ରହିଥିବା ଦେଖିବାକୁ ମିଳିଛି | ଶରୀରର ଅଣ୍ଟା ଠାରୁ ଗୋଡ଼ ଦେଖା ଯାଉ ନ ଥିବା ହେତୁ ପରିବାର ଲୋକେ ଶରୀରର ବାକି ଅଂଶ ଖୋଜା ଖୋଜି କରୁଛନ୍ତି | ଖବର ସଂଗ୍ରହ ସୁଦ୍ଧା କିଛି ମିଳି ନ ଥିଲା ମୃତ ତୁଳସୀର ପରିବାରର ଲୋକମାନେ ସୂଚନା ଦେଇଛନ୍ତି | ଏ ସଂକ୍ରାନ୍ତରେ ମୃତକଙ୍କ ବାପା ଚନ୍ଦାହାଣ୍ଡି ପୋଲିସ ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ଚନ୍ଦାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଶରୀରର ବାକି ଅଂଶ ସଂଗ୍ରହ କରିବା ପାଇଁ ଛାନବିନ ଓ ତଦନ୍ତ ଆରମ୍ଭ କରିଛି |
