ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁ, ଜଣେ ଗୁରୁତର…

add-all

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଅଡାବାଡ଼ି ଗ୍ରାମର ବାଲାନଯୋଡି ପୋଲରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତକ ଜଣକ ଫୁଲବାଣୀ ସାଲୁଙ୍କୀ ସାହିର ଅଭିଷେକ ସାହୁ(୧୮) ଓ ଗୁରୁତର ଜଣକ ହେଲେ ଫୁଲବାଣୀ ସହର ଜିରୀଙ୍ଗପଡାର ଗୋପୀନାଥ ବେହେରା (୨୦)। ଅଭିଷେକ ଶଙ୍କରାଖୋଲ ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀରେ ପଢ଼ୁଥିଲେ। ଅଭିଷେକ ଓ ଗୋପୀନାଥ ଏକ ବାଇକ ଯୋଗେ ଶଙ୍କରାଖୋଲରୁ ଫୁଲବାଣୀ ଅଭିମୁଖେ ଆସୁଥିଲେ ବାଲାନଯୋଡି ପୋଲ ଉପରେ ଗାଡି ଭାରସାମ୍ୟ ହରାଇ ରାସ୍ତା କଡରେ ଥୂବା ଖୁଣ୍ଟିରେ ବାଡେଇ ହୋଇ ଯାଇଥିଲା। ଅଭିଷେକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଫଳରେ ଘଟଣା ସୁଳରେ ତାଙ୍କର ମୃତୁ ହୋଇଥିଲା। ଗୋପୀନାଥ ଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଟିକାବାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ ଜବତ କରିଛି। ଏ ନେଇ ଟିକାବାଲି ଥାନାରେ ଏକ ଅପମୃତୁ ମାମଲା ରୁଜ୍ମ କରିଛି l

ad-week
Leave A Reply

Your email address will not be published.