କୁରଡ ଗ୍ରାମରେ ହାତୀ ଉପଦ୍ରବ : ବ୍ୟାପକ କ୍ଷୟକ୍ଷତି…

add-all

ଦେବଗଡ଼,୨୧ା୧୨:ଗତ କିଛି ଦିନ ହେଲା ଦେବଗଡ ଫରେଷ୍ଟ ସେକ୍ସନର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛିି । ଘର ଦ୍ୱାର ଭାଙ୍ଗିବା ସହ ଧାନ ଫସଲ ଓ ପନିପରିବା ଚାଷ ଉଜୁଡି ଯାଇଛି । ଏହି କ୍ରମରେ କୁରଡ ଗ୍ରାମରେ ବୁଧବାର ବିଳମ୍ବିତ ରାତି ୩୪ ଟିକିଆ ହାତୀପଲ ଉପଦ୍ରବ କରିଥିବା ବେଳେ କଦଳୀ ଗଛ ସମେତ ଏକର ଏକର ପନିପରିବା ଚାଷ ନଷ୍ଟ ହୋଇଥିବା ଜଣାପଡିଛି ।ଉକ୍ତ ହାତୀ ଦଳ କୁରଡ ଗ୍ରାମର ବୀରବର ସାହୁଙ୍କ ବଗିଚାରେ ଥିବା ପାଣି ପମ୍ପ ଭାଙ୍ଗି ଦେଇଥିବା ବେଳେ ବହୁ କଦଳୀ ଗଛ ଓ ପନିପରିବା ଖାଇବା ସହ ମାଡି ଦଳି ନଷ୍ଟ କରି ଦେଇଛନ୍ତି । ସେହିପରି ପୁର୍ଣ୍ଣଚନ୍ଦ୍ର ବେହେରା, ଲୁଧା ବେହେରା ଓ ଧନେଶ୍ୱର ସାହୁଙ୍କ ବାଡିରେ ହୋଇଥିବା ଅମଳକ୍ଷମ ପନିପରିବା ମାଡିଦଳି ନଷ୍ଟ କରିଥିବା ବେଳେ ଚାଷୀର ହଜାର ହଜାର ଟଙ୍କା କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ତେବେ ହାତୀପଲଙ୍କୁ ଘଉଡାଇବାରେ ବନବିଭାଗ ଫେଲ ମାରିଥିବା ବେଳେ ଉକ୍ତ ଅଂଚଳରେ ହାତୀପଲ ରହିଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ad-week
Leave A Reply

Your email address will not be published.