ସଙ୍ଘବଦ୍ଧ ଆକ୍ରମଣରେ ବୃଦ୍ଧ ଗୁରୁତର…

ଦେବଗଡ଼,୨୧ା୧୨: ଲଇମୁରା ଥାନା ଅନ୍ତର୍ଗତ ତସର୍ଡା ଗ୍ରାମରେ ସଙ୍ଘବଦ୍ଧ ଆକ୍ରମଣରେ ଉକ୍ତ ଗ୍ରାମର ରାଜିନ୍ଦ୍ର କାଲୋ ଗୁରୁତର ଆହତ ହୋଇଛନ୍ତି । ଏନେଇ ଗୁରୁବାର ଅପରାହ୍ନରେ ଲଇମୁରା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ପୂର୍ବ ଶତୃତାକୁ କେନ୍ଦ୍ର କରି ତସର୍ଡା ଗ୍ରାମର ଯଦୁ ନାୟକ, ଅଚ୍ୟୁତ ନାୟକ, ଇନ୍ଦା ନାୟକ ଏବଂ ଗୁରୁ ନାୟକ ହଠାତ ରାଜିନ୍ଦ୍ରଙ୍କ ଉପରକୁ ଆକ୍ରମଣ କରିଥିଲେ । ଠେଙ୍ଗା ଓ ପଥର ସାହାଯ୍ୟରେ ଆକ୍ରମଣ କରିବାର ରାଜିନ୍ଦ୍ରଙ୍କ ଗୋଟିଏ ହାତ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ ଓ ଗୋଡରେ ଗୁରୁତର ଆଘାତ ଲାଗିଛି । ପରିବାର ଲୋକ ରାଜିନ୍ଦ୍ରଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଚିକିତ୍ସା ଜାରି ରହିଥିବା ଜଣାପଡିଛି । ତେବେ ପୂର୍ବରୁ ମଧ୍ୟ ଉକ୍ତ ଅଭିଯୁକ୍ତ ମାନେ ରାଜିନ୍ଦ୍ର ଆକ୍ରମଣ କରିଥିବା ପରିବାର ଲୋକ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.