ଜଙ୍ଗଲ ଅଗ୍ନି ନିରାକରଣ ଓ ହାତୀ ଉପଦ୍ରବ ରକ୍ଷା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତି ବୈଠକ

youtube

ଦେବଗଡ଼,୨୧।୧୨: ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜଙ୍ଗଲ ଅଗ୍ନି ନିରାକରଣ ଓ ହାତୀ ଉପଦ୍ରବ ରକ୍ଷା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲରେ ନିଆଁ ନଲାଗିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସହିତ ଜିଲ୍ଲାକୁ ଧୂଆଁ ମୁକ୍ତ ଜିଲ୍ଲା ଭାବେ ପରିଣତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ପରେ ପରେ ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋ ବନ୍ୟ ହାତୀ ଦ୍ଵାରା ହୋଇଥିବା କ୍ଷୟ କ୍ଷତି ହେତୁ ସୃଷ୍ଟି ହେଉଥିବା ଦ୍ଵନ୍ଦକୁ କମ କରିବା ମାନବ ଓ ବନ୍ୟ ଜନ୍ତୁ ବିବାଦ ହ୍ରାସ କମିଟି ସମ୍ବନ୍ଧରେ ସମ୍ପୃକ୍ତ ହିତାଧିକାରୀଙ୍କୁ କୃଷି ଅଭ୍ୟାସ ଇତ୍ୟାଦିରେ ଉନ୍ନତ ବିକଳ୍ପ ଥିବା ସ୍ଥାନୀୟ ଲୋକମାନଙ୍କୁ ସୁବିଧା ଯୋଗାଇବା ପାଇଁ ପରାମର୍ଶ ଦେଇଥିଲେ । ଯାହା ଦ୍ଵାରା କ୍ଷତି ହ୍ରାସ ହୋଇପାରିବ ଓ ସମସ୍ତ ବିଭାଗର ସହଯୋଗ ହାତୀ ଅବନ୍ନତି ଏବଂ ଲୋକଙ୍କ ସମ୍ବେଦନଶୀଳ କୁ କମ୍ କରିବାରେ ସାହାଯ୍ୟ କରିବ ବୋଲି ଆଲୋକପାତ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରେବେକା ବିଲୁଙ୍ଗ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.