
ହିଞ୍ଜିଳିକାଟୁ, ୨୨/୧୨ : ଶୁକ୍ରବାର ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରରେ ୨୦୨୩-୨୪ ଖରିଫ ଧାନମଣ୍ଡିର ଶୁଭାରମ୍ଭ ହୋଇଯାଇଛି। ହିଞ୍ଜିଳିକାଟୁ ବ୍ଲକର ୨୦ଟି ପ୍ରାଥମିକ କୃଷି ସମବାୟ ସମିତି, ଶ୍ରୀ ଗୋପାଳେଶ୍ୱର ପାଣିପଞ୍ଚାୟତ ଏବଂ ଦେବୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ କ୍ରୟ ନିମନ୍ତେ ଅନୁମତି ମିଳିଛି। ଚଳିତ ବର୍ଷ ୬୮୭୦ ଜଣ ଚାଷୀ ଧାନ ବିକ୍ରି ନିମନ୍ତେ ପଞ୍ଜିକୃତ ହୋଇଥିଲା ବେଳେ ସଂଗୃହିତ ଧାନକୁ ୨୫ ମିଲର ଚୁକ୍ତିବଦ୍ଧ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପଞ୍ଜିକୃତ ଚାଷୀଙ୍କ ଠାରୁ ୨ଲକ୍ଷ ୭୭ ହଜାର କୁଇଣ୍ଟାଲ ସାଧାରଣ ମୋଟ ଧାନ କ୍ରୟ ପାଇଁ ସ୍ଥାନୀୟ ଯୋଗାଣ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି। ତେଵେ ପ୍ରଥମ ଦିନରେ ଅବ୍ୟବସ୍ଥା ଓ ପ୍ରଚାର ପ୍ରସାର ଅଭାବରୁ ହାତ ବରିସି ଛଡା ଅନ୍ୟ ଚାଷି ମାନେ ଆସିନଥିବା ଜଣାପଡିଛି।ଏହି ଉପଲକ୍ଷେ ପୋଚିଲିମା ଗ୍ରାମ କଲ୍ୟାଣ ମଣ୍ଡପ ଠାରେ ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁଙ୍କ ସଂଯୋଜନାରେ ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏଡିଏମ୍ ଲିନା କୁମାରୀ ଖେସ ଯୋଗଦେଇ ଫିତା କାଟି ଧାନମଣ୍ଡିର ଶୁଭ ଉଦଘାଟନ କରିଥିଲ ।ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟା ବି. ଗୀତାଞ୍ଜଳି, ସରପଞ୍ଚ ରଞ୍ଜିତା ଦାସ,ସଭ୍ୟା ଆରତୀ ନାୟକ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଏନ.ରଘୁନାଥ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କୁସା ମୁଣ୍ଡା, ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ନରସିଂହ ପଣ୍ଡା, ବିଡିଓ ସୁବ୍ରତ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବିନାୟକ ବିଶ୍ୱାଳ,ସିଡିପିଓ ଗାଙ୍ଗୀ ସୁବୁଦ୍ଧି, ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର, ପୂର୍ବତନ ସରପଞ୍ଚ ଭାଣ୍ଡି ରବୀନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ। ଦେବୀ ସ୍ବୟଂ ସହାୟିକ ଗୋଷ୍ଠୀ ସମ୍ପାଦିକା ଡି.ଲକ୍ଷ୍ମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।