
ମୁନିଗୁଡା : ଅବିବାହିତ ଶିକ୍ଷିତ ଆଦିବାସୀ ଯୁଵତୀ ଅର୍ଥ ରୋଜଗାର କରିବାକୁ ଧାଇଁ ଆସିଥିଲା ଆଲିସା ଏନ୍ ଜି ଓର ମା ଘରେ କାମ କରୁଥିଲା। ଜାଣିନଥିଲା ସମ୍ପୃକ୍ତ ଏନଜିଓର ଡାଇରେକ୍ଟରଙ୍କ ଦ୍ଵାରା ହାରାସମେଣ୍ଟ ଓ ନିର୍ଯାତନା ସହି ତାଙ୍କ କଥାରେ ରାଜି ନହୋଇ ଶେଷରେ ପୋଡି ମାରିଦେଇଥିବା ନେଇ ଯୁବତୀର ବାପା ଥାନାରେ ଏତଲା ଦେଇଛନ୍ତି।ଏପରି ଲୋମ ଟାଙ୍କୁରା ଘଟଣା ଘଟିଛି ଚନ୍ଦ୍ରପୁର ଥାନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ।ରାୟଗଡା ଜିଲ୍ଲା କାଶୀପୁରୁ ବ୍ଲକ ଟିକିରି ପଞ୍ଚାୟତ ନାକଟିଗୁଡା ଗ୍ରାମର ବେଲଧର ମାଝିଙ୍କ 29ବର୍ଷିଆ ଆଦିବାସୀ ଝିଅ ଲକ୍ଷ୍ମୀ ମାଝି 2019ରେ ଆଲିସା ଏନ୍ ଜି ଓରେ ଚାକିରି କରି ଚନ୍ଦ୍ରପୁରୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ମା ଘରେ କାମ କରୁଥିଲା । ଵଜାର ମୁଖ୍ୟ ରାସ୍ତା ଠାରୁ ପ୍ରାୟ 50/60ମିଟର ଏବଂ ଡାକ୍ତରଙ୍କ କ୍ଵାଟର ଠାରୁ ମାତ୍ର ପ୍ରାୟ 15/20ଦୂରତାରେ ଅନ୍ୟ ଏକ କୋଠରିରେ ମୃତ ଲକ୍ଷ୍ମୀଙ୍କ ସହିତ ଆଉ 3/4ଜଣ ଝିଅ ମିଶି ରହୁଥିଲେ। ସଵୁ ଠିକ୍ ଠାକ୍ ଥିଲା କିଛି ମାସ ହେବ ଏହି ଏନଜିଓର ଡାଇରେକ୍ଟର ଶ୍ରୀ ନରସିଂହ ମହାପାତ୍ର ମନ୍ଦ ଉଦ୍ଦେଶ୍ୟ ନେଇ ମୃତ ଲକ୍ଷ୍ମୀକୁ ମାନସୀକ ଶାରିରୀକ ନିର୍ଯ୍ୟାତନା ଦେଉଥିବାରୁ ଲକ୍ଷ୍ମୀ ଚାକିରି ଛାଡିଦେଵ ଵୋଲି ସେତେବେଳେ ବାପାମାଙ୍କୁ ଜଣାଇଥିଲା ଵୋଲି ଝିଅର ଵାପା ଆଜି ପ୍ରକାଶ କରିଛନ୍ତି। ଗତକାଲି ଗୁରୁଵାର ଅପରାହ୍ନ ୪ଟା ସମୟରେ ରୁମରୁ ଲକ୍ଷ୍ମୀ କେଉଁଆଡେ ଯାଇଥିବା ରୁମର ସାଙ୍ଗମାନେ ଜାଣିନଥିବା କହୁଥିବା ଵେଳେ ରାତି ୧୦ଟାରେ ରୁମ ଠାରୁ ମାତ୍ର ପ୍ରାୟ ୧୦ମିଟର ଦୂରରେ ଲକ୍ଷ୍ମୀର ଅଧା ପୋଡାଶରୀର ସହିତ ମରିପଡିଥିବା ରୁମର ସାଙ୍ଗମାନେ ଲକ୍ଷ୍ମୀର ବାପାଙ୍କୁ ଖବର ଦେଇଥିଲେ। ଲକ୍ଷ୍ମୀର ଵାପା ଓ ଅନ୍ୟମାନେ ଘଟଣା ସ୍ଥଳରେ ପହଁଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରି ତାଙ୍କ ଝିଅକୁ କେହି ପୋଡି ମାରିଦେଇଥିବା ନେଇ ଚନ୍ଦ୍ରପୁରୁ ଥାନାରେ ଲିଖିତ ଏତଲା ଦେଇଛନ୍ତି। ବିଷମକଟକ ଏସଡିପିଓ ଓ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ଦ୍ଵାରା ତଦନ୍ତ କରିଛନ୍ତି। ପୋଲିସ୍ ଏକ ଅପମୃତ କେଶ କରି ଶବଵ୍ୟଵଛେଦ ମୁନିଗୁଡାରେ କରାଇ ପରିବାରକୁ ହସ୍ତାନ୍ତର କରିଛନ୍ତି। ପୋଲିସ କହିଛି ତଦନ୍ତ ଜାରି ରହିଛି ପୋଷ୍ଟମଟମ ରିପୋର୍ଟ ଆସିଲେ ସଵୁ ଜଣାପଡିବ। ଦେଖାଯାଉ ପୋଲିସର ତଦନ୍ତ ପରିସରରେ ଏନଜିଓ ଡାଇରେକ୍ଟର ଶ୍ରୀ ନରସିଂହ ମହାପାତ୍ର ଓ ରୁମରେ ଥିବା ସାଙ୍ଗମାନଙ୍କୁ ଅନ୍ତର୍ଭୁକ୍ତ କରାଗଲେ ହୁଏତ ପ୍ରକୃତ ମୃତ୍ୟୁର ରହସ୍ୟ ପଦାକୁ ଆସିବ ବୋଲି ପୋଲିସକୁ ଭରସା କରିଛନ୍ତି ଜନସାଧାରଣ।