ବଡ଼ ଦିନ ପାଇଁ ପୋଲିସର ଫ୍ଲାଗ ମାର୍ଚ୍ଚ : ସୁରକ୍ଷା କଡ଼ା କଡ଼ି…

add-all

ଦାରିଙ୍ଗବାଡ଼ି : ବଡ଼ ଦିନ ପାଇଁ ବ୍ଲକ ଅଂଚଳରେ ଚଳଚଞ୍ଚଳ ଚର୍ଚ୍ଚ ଓ ବଜାର। ବଜାର ଗହଳି ଚହଳି ଲାଗିରହିବା ସହ ଜୋରସୋର କିଣା ବିକା ଚାଲିଛି । ବଡ଼ ଦିନ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ ହେବ ସେ ନେଇ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଦାରିଙ୍ଗବାଡ଼ି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ପୋଲିସ ବାହିନୀ ଦାରିଙ୍ଗବାଡ଼ି ବଜାର ସମେତ ସାରିଙ୍ଗିର୍ପି, ତିନିଛକ, ଡ଼ବେରୀ , ଗ୍ରୀନ୍ ବାଡ଼ି , ତହସିଲ ରୋଡ଼ ସହିତ ସେହିଭଳି ସିମନ୍ ବାଡ଼ି , ପର୍ତ୍ତମାହା ଏବଂ ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ପ୍ରମୁଖ ସ୍ଥାନରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଥିଲା। ବଡ଼ଦିନରେ କିଭଳି ବିଶୃଙ୍ଖଳାନ ହୋଇ ଶାନ୍ତିଶୃଙ୍ଖଳା ରେ ସମାପ୍ତ ହେବ ସେ ନେଇ ପୋଲିସ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ସମ୍ବେଦନ ଶୀଳ ଥିବା ଚର୍ଚ୍ଚ ଗୁଡିକ ରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଅଞ୍ଚଳରେ ପୋଲିସ ଗାଡି ମାଧ୍ୟମରେ ପେଟ୍ରୋଲିଂ ଙ୍କୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏସ ଆଇ ଜିତେନ୍ଦ୍ର କୁମାର ବେହେରା ଙ୍କ ସମେତ ଏଏସଆଇ ସୁବାଷ ଚନ୍ଦ୍ର ବାୟକ, ଏଏସଆଇ ଅର୍ଜୁନ ଶବର ଏବଂ ଏଏସଆଇ ପି.ସିର୍ନିବାସ ରାଓ ପ୍ରମୁଖ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ଥିଲେ। ସେହିଭଳି ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କ ନେତୃତ୍ୱରେ ବ୍ରାହ୍ମଣୀଗାଁ ବଜାରରେ ପୋଲିସ ଫୋର୍ସ ଫ୍ଲାଗ ମାର୍ଚ୍ଚ କରିବା ସହିତ ସରାମୁଳି, ଗଦାପୁର, ସିକରମା ଓ କାଟିଙ୍ଗିଆ ଅଞ୍ଚଳରେ ପୋଲିସ ଫୋର୍ସ ନେଇ ପେଟ୍ରୋଲିଂ କଡ଼ାକଡ଼ି ଚାଲୁରହିଛି। ଏସଆଇ ଅମରେନ୍ଦ୍ର ସୁବୁଦ୍ଧି, ଏଏସଆଇ ରମାକାନ୍ତ ସେଠି, ଶଙ୍କର ୱାଡାକା ଏହି ଫ୍ଲାଗମାର୍ଚ୍ଚ ଓ ପେଟ୍ରୋଲିଂରେ
ପ୍ରମୁଖ ଭୂମିକା ନେଇଛନ୍ତି।

ad-week
Leave A Reply

Your email address will not be published.