ଚିକିଟୀ-: ସ୍ଥାନୀୟ ରାମଚନ୍ଦ୍ରପୁର ଠାରେ ବାହୁଦା କେନାଳର ରାସ୍ତା ଉନ୍ନତି କରଣ ସକାଶେ ଶୁକ୍ରବାର ଦିନ ସ୍ଥାନୀୟ ବିଧାୟିକା ତଥା ଓଡିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ କରକମଳରେ ଶୁଭ ପ୍ରଦାନ କରିଥିଲେ। ଅଧିକ୍ଷଣ ଯନ୍ତ୍ରୀ ଜଗନ୍ନାଥ ପଣ୍ଡା ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର ,ସହକାରୀ ଯନ୍ତ୍ରୀ ବିଶ୍ବଜୀବନ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ।ଏଠାରେ ମନ୍ତ୍ରୀଙ୍କ ସୁପୁତ୍ର ଶ୍ରୀରୁପ ଦେଓ,ବିଶିଷ୍ଟ ସମାଜସେବୀ ସୁରେନ୍ଦ୍ର ମଣ୍ଡଳ ଯୋଗଦାନ କରିଥିବା ବେଳେ ରାମଚନ୍ଦ୍ରପୁର ପଞ୍ଚୟତର ସରପଞ୍ଚ ଜ୍ୟୋତି ରେଡ୍ଡୀ ପ୍ରମୁଖ ଯୋଗଦାନ କରିଥିଲେ Iପ୍ରାୟ ତିନି କୋଟି ବ୍ୟୟ କରି ଊକ୍ତ ରାସ୍ତାଟି ରାମଚନ୍ଦ୍ରପୁର ଠାରୁ ଆରମ୍ଭ କରି ବଡପଲଙ୍କ ପର୍ଯ୍ୟନ୍ତ ଓସାରିଆ କରିବା ସହ ଉକ୍ତ ରାସ୍ତାଟିକୁ ପିଚୁ ପକାଇବା ମଧ୍ୟ ବିଧି ରହିଛି Iପ୍ରଥମେ ବାହୁଦା ଅନିକଟଠାରୁ କେ.ନୂଆଗାଁ ପର୍ଯ୍ୟନ୍ତ ହୋଇସାରିଥିବା ବେଳେ,ଦୂତୀୟରେ କେ.ନୂଆଗାଁ ଠାରୁ ରାମଚନ୍ଦ୍ର ପୁର ପର୍ଯ୍ୟନ୍ତ ହୋଇସାରିଥିବା ବେଳେ ଆଜି ଏଠାରୁ ଆରମ୍ଭ ହେବା ପରେ ସମସ୍ତ ଚାଷୀ ନିଜର କୃଷି ଉତ୍ପାଦନ ସାମଗ୍ରୀ ସହ ଜଳସେଚନ ନିମନ୍ତେ ସୁରୁଖୁରୁରେ ଯିବା ଆସିବା କରିବା ସକାଶେ ଜନସାଧାରଣ ନିମନ୍ତେ ଉଦ୍ଧିଷ୍ଟ ହୋଇପାରିବ ବୋଲି ମନ୍ତ୍ରୀ ମୋହଦୟା ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ଦଳୀୟ କର୍ମୀ ମାନେ ଯୋଗ ଦେଇଥିଲେ।
