ସପ୍ତସ୍ବର କଳାକେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ବରିଷ୍ଠ କଳାକାର ସଂଘର ନିଷ୍ପତ୍ତି…

add-all

ଭଞ୍ଜନଗର //(ବେଲଗୁଣ୍ଠା) : ବେଲଗୁଣ୍ଠା ବ୍ଳକ୍ ବରିଷ୍ଠ କଳାକାର ସଂଘ ତରଫରୁ ଏକ କାର୍ଯ୍ୟନିର୍ବାହୀ କମିଟୀ ବୈଠକ ସଂଘ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ଯକ୍ଷତାରେ ଗୋବରା ସ୍ଥିତ ସ୍ବାମୀ ବୈକୁଣ୍ଠନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଳାକାର ସଂଘ ଗୃହ ନିର୍ମାଣ ସହ ନିଜସ୍ବ ଉଦ୍ୟମରେ ‘ସପ୍ତସ୍ବର କଳାକେନ୍ଦ୍ର’ ପ୍ରତିଷ୍ଠା କରି ଓଡିଶୀ ନ୍ରୁତ୍ୟସଂଗୀତ ଶିକ୍ଷାଦାନ ସହ ଘୁମୁସର ମାଟିର କଳା ସଂସ୍କୃତିର ରକ୍ଷଣାବେକ୍ଷଣ ଦିଗରେ ପଦକ୍ଷେପ ନେବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ବୈଠକରେ ସର୍ବଶ୍ରୀ ନାରାୟଣ ଗୌଡ, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ରାଜେନ୍ଦ୍ର ମହାପାତ୍ର, ଶିବରାମ ରାଉତ, ରାଜେନ୍ଦ୍ର ଗୌଡ, ପ୍ରଫୁଲ୍ଲ କୁମାର ବିଷୋୟୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଜାନୁଆରୀ ମାସରେ ବାର୍ଷିକୋତ୍ସବ ପାଳନ ନିମନ୍ତେ ନିଷ୍ପତ୍ତି ନେଇଥିଲେ। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ କଳାକାର ଏକତା ଭିତରେ ଉଭୟ କଳାକାର ଓ ସମାଜର ପ୍ରଗତି ସଂଗୋପିତ ବୋଲି ଭିଡିଓ ବାର୍ତ୍ତା ମାଧ୍ୟମରେ ଉଦବୋଧନ ଦେଇଥିଲେ। ସଂପାଦକ ରଞ୍ଜିତ କୁମାର ପାତ୍ର ସ୍ବାଗତ ଭାଷଣ ସହ ବୈଠକର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ବେଲଗୁଣ୍ଠା ବ୍ଳକ୍ ସଂଯୋଜକ ଈଶ୍ବର ଚନ୍ଦ୍ର ଗୌଡ ସଂଯୋଜନା କାର୍ଯ୍ୟ ସଂପାଦନ କରିଥିବା ବେଳେ ସହ-ସଂପାଦକ ରମେଶ ଚନ୍ଦ୍ର ଗୌଡ ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.