ଅଯୋଧ୍ୟାଗସ୍ତରେ ଦୁଇ ରାମଭକ୍ତ, ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଯୋଗଦେବାକୁ ଲକ୍ଷ୍ୟ…

add-all

ମାଲକାନଗିରି : ମାଲକାନଗିରି ଆଉ ମାତ୍ର କେଇ ଦିନର ଅପେକ୍ଷା ଅଯୋଧ୍ୟା ରେ ପ୍ରତିଷ୍ଠା ହେବାକୁ ଯାଉଛି ପ୍ରଭୁ ରାମ ଲାଲା ଙ୍କ ଐତିହାସିକ ମନ୍ଦିର। ଚଳଚଞ୍ଚଳ ହୋଇପଡି଼ଛି ସମଗ୍ର ଭାରତ ବର୍ଷ। ସନାତନୀଙ୍କ ପାଇଁ ପୂରଣ ହେବାକୁ ଯାଉଛି ପାଞ୍ଚଶହ ବର୍ଷର ସପ୍ନ । ତେବେ ଆସନ୍ତା ଜାନୁଆରୀ ୨୨ ତାରିଖ ରେ ଅଯୋଧ୍ୟା ଧ୍ୟାମ ରେ ପ୍ରତିଷ୍ଠା ହେବାକୁ ଯାଉଛି ପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର। ଏହି ଅବସରରେ ମାଲକାନଗିରି ଜିଲ୍ଲାରୁ ୨ଜଣ ଯୁବକ ମାଲକାନଗିରି ରୁ ଅଯୋଧ୍ୟା କୁ ପଦଯାତ୍ରା ଆରମ୍ଭ କରିଛନ୍ତି। ୧ମାସ ଧରି ଉଭୟଙ୍କର ଯାତ୍ରା ରହିବ। ଦୀର୍ଘ ୧୨ଶହ ରୁ ଉର୍ଦ୍ଧ୍ବ କିଲୋମିଟର ରାସ୍ତା ଉଭୟ ପାଦରେ ଚାଲି ଆସନ୍ତା ୨୨ତାରିଖ ରେ ଅଯୋଧ୍ୟାରେ ପହଞ୍ଚିବେ। ଦୁହିଁଙ୍କ ଯାତ୍ରା ଦେଖି ପ୍ରତ୍ୟେକ ସନାତନୀଙ୍କ ଛାତି ଗର୍ବ ରେ ଫୁଲିଉଠୁଛି। ୨ରାମ ଭକ୍ତ ଭାଇ ପ୍ରତ୍ୟେକ ଦିନ ୪୦ ରୁ ଉର୍ଦ୍ଧ୍ବ କିଲୋମିଟର ଯାତ୍ରା କରିବେ ବୋଲି ମତ ପ୍ରକାଶ କରିଛନ୍ତି। ମାଲକାନଗିରି ଉପାନ୍ତ ଜିଲ୍ଲା ହୋଇଥିଲେ ମଧ୍ୟ ଏଠାରେ ପଡ଼ିଥିଲା ପ୍ରଭୁ ଶ୍ରୀରାମଙ୍କର ପାଦ। କାରଣ ମାଲକାନଗିରି ଜିଲ୍ଲା ଖଇରପୁଟ ର ବଣ୍ଡାଘାଟୀ ରେ ରହିଛି ସୀତା କୁଣ୍ଡ , ରାମାୟଣ କଥା ଅନୁସାରେ ଏଠାରେ ଦେବୀ ସୀତା ସ୍ନାନ କରିଥିଲେ। ସେହିପରି ଏଠାରେ ବାଲିପାହାଡ଼ ମଧ୍ୟ ରହିଛି। ପୁରାତନ କଥାନୁସାରେ ଜିଲ୍ଲା ସଦର ବ୍ଲକ ଠାରେ ରହିଛି ତାମସା ନଦୀ, ଯେଉଁଠି ପ୍ରଭୁ ରାମ ଏବଂ ସୀତା ମାତାଙ୍କ ଗସ୍ତ ରହିଥିଲା। ଏଭଳି ଅନେକ ସ୍ଥାନ ରହିଛି ଯାହାକି ରାମାୟଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ସେହିଭଳି ପବିତ୍ର ସ୍ଥାନ ତାମସା ନଦୀ ରୁ ଏହି ୨ଯୁବକ ଜଳ ସଂଗ୍ରହ କରି ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି। ହାତରେ ଧରିଛନ୍ତି ପ୍ରଭୁ ରାମଙ୍କର ଧୋଜ୍ ଜୟ ଶ୍ରୀରାମ ନାରା ଦେଇ ଉଭୟ ଏହି ଯାତ୍ରା ରେ ବାହାରି ପଡ଼ିଛନ୍ତି। ଆସନ୍ତା ୧ମାସ ପଦଯାତ୍ରା ପରେ ୨ରାମ ଭକ୍ତ ସନାତନୀ ଯୁବକ ନିଜର ଗନ୍ତବ୍ୟ ସ୍ଥଳକୁ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ad-week
Leave A Reply

Your email address will not be published.