ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୩୪ତମ ବାର୍ଷିକ ଉତ୍ସବ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଶରରେ ୩୪ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ସଭାପତି ପ୍ରକୃତି ପ୍ରେମୀ, ଲେଖକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବାର୍ଷିକ ଉତ୍ସବରେ ବାଗଦେବୀ ସରସ୍ଵତୀ ଓ ଭାରତ ମାତାଙ୍କ ଉଦ୍ଦେଶ୍ଯ ରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ଵଳନ ଓ ବେଦ ପାଠ ପରେ ସ୍ଵାଗତ ସଂଗୀତ ତତସହିତ ଭାରତ ମାତାଙ୍କ ବନ୍ଦନା ଗାନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ବିଦ୍ୟାଳୟର ସମ୍ପାଦକ ଟି. ଶିବ ଶଙ୍କର ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଲେଶପଟା ସଂସ୍କୃତ କନ୍ୟାଶ୍ରମ ସ୍ଵାମୀ ଜୀବନ ମୁକ୍ତାନନ୍ଦ ପୁରୀ ଜି ମହାରାଜ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କର୍ଣ୍ଣେଲ ଶିଶିର କୁମାର ଘୋଷ ଏବଂ ମୁଖ୍ୟ ବକ୍ତା ଭାବେ ବିଭାଗ ସହ ସଂଘ ଚାଳକ ଶ୍ରୀଯୁକ୍ତ ଲକ୍ଷ୍ମୀ ନନ୍ଦ ମଞ୍ଚାସୀନ ଥିଲେ l ମୁଖ୍ୟଅତିଥି ଭାବେ ଯୋଗଦେଇ ମାନବିକତା ର ଶିକ୍ଷାସହ ଉତ୍ତମ ନାଗରିକ ହେବାକୁ ପରାର୍ମଶ ଦେଇଥିଲେ ।ସେହିପରି ସମ୍ମାନିତ ଅତିଥି ଅଭିଭାବକ ମାନେ ନିଜ ପିଲାମାନଙ୍କୁ ଶତପଥ ରେ ନେବାକୁ ପରାମର୍ଶ ଦେଇଥିଲେ l ସେହିପରି ସଭାପତି ଶ୍ରୀ ମଲ୍ଲିକ ଶିଶୁ ମନ୍ଦିର ଏକ, ଆଦର୍ଶ ଅନୁଷ୍ଠାନ ଯାହା ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଠନର ଏକ ମାର୍ଗ ବୋଲି ମତ ପୋଷଣ କରିଥିଲେ l ଅନ୍ୟ ମଞ୍ଚାସୀନ ଅତିଥିବୃନ୍ଦ କହିଥିଲେ ଯେ ଶିଶୁ ମନ୍ଦିରର ଆଦର୍ଶ ଶିକ୍ଷା ତଥା ଚ଼ରିତ୍ର ଗଠନର ଏକ କାରଖାନା ଯେଉଁଠାରୁ ସୁ ନାଗରିକ ସ୍ରୁଷ୍ଟି କରିବାରେ ସହାୟକ ହୋଇଥାଏ l ଏହିପରି ବିଦ୍ୟାଳୟ ରେ ଶିକ୍ଷାଗ୍ରହଣ ପାଇଁ ପର ପିଢି ମାନଙ୍କୁ ବାର୍ତ୍ତା ପହଞ୍ଚାଇବା କୁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଶ୍ରୀ ନନ୍ଦ କହିଲେ ପ୍ରତ୍ୟେକ ମନୁଷ୍ୟ ଧର୍ମ ମାର୍ଗରେ ପରିଚାଳିତ ହୋଇ ସତ ମାର୍ଗରେ ଗତି କରିବା ଉଚିତ୍ ବୋଲି ବକ୍ତବ୍ୟ ରଖିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଉପଦେଷ୍ଟା ବରିଷ୍ଠ ଆଇନଜିବି ହରିଶ୍ଚନ୍ଦ୍ର ମହାରଣା, ପୂର୍ବତନ ବିଦ୍ୟାଳୟ ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର, ପ୍ରିୟ ନାଥ ଶର୍ମା, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସଂଘ ପରିଚାଳକ ରମେଶ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ଧଳଙ୍କ ସମେତ ବହୁ ଗୁଣି ଜ୍ଞାନୀ ଓ
ପୂର୍ବତନ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ l ଏହା ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ଓ ସାଂସ୍କୁତିକ କାର୍ଯ୍ୟକ୍ରମ କରାଯାଇଥିଲା ।ମଞ୍ଚ ପରିଚାଳନା ଓ ଧନ୍ଯବାଦ ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତି ସାମନ୍ତରାୟ କରିଥିବା ବେଳେ ବିଦ୍ୟାଳୟର ସମସ୍ତ୍ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକ ସେବିକା, ବାହାନ ଚାଳକ ମାନେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.