ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଝାରବେଡା ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା | ଆସାମ ରାଇଫାଲ ରେ କାର୍ଯ୍ୟରତ ଜୋନ କିସପୋଟା ୫୧ ବର୍ଷଙ୍କ ହୃଦ ଘାତରେ ମୃତ୍ୟୁ ଘଟିଥିବା ବେଳେ ଆଜି କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଜୟଡେଗା ପଞ୍ଚାୟତର ଝାରବେଡା ଗ୍ରାମରେ ତାଙ୍କ ପାର୍ଥିବ ଶରୀର ଆସିଛି | ସ୍ୱର୍ଗୀୟ କିସପୋଟା ଆସାମ ରାଇଫଳରେ ମେ ମାସୋ ୧୭ ତାରିଖ ୧୯୯୩ ମସିହାରେ ନାଗାଲାଣ୍ଡର ଟ୍ରେନିଙ୍ଗ ସେଣ୍ଟରରେ ଯୋଗ ଦେଇଥିଲେ | ୯ ମସୋ ସୁକୁଭି ଟ୍ରେନିଙ୍ଗ ସେଣ୍ଟରରେ ଟ୍ରେନିଙ୍ଗ ସମ୍ପୂର୍ଣ୍ଣ କରିଲା ପରେ ବିଭିନ୍ନ ରାଜ୍ୟରେ ଯେପରିକି ନାଗାଲାଣ୍ଡ , ମଣିପୁର, ବିଯୋରାମ, ଆରୁଣାଚାଲ ପ୍ରଦେଶ, ତ୍ରିପୁରା, ମେଘାଳୟ ରାଜ୍ୟରେ ନିଜର ୨୯ ବର୍ଷ ଚାକରି ସମୟ ଅତିବାହିତ କରିଥିଲେ | ଚଳିତ ମାସ ୨୨ ତାରିଖ ଦିନ ନାଗାଲାଣ୍ଡ ତେୟେନସାଙ୍ଗ ରୁ ଆସାମ ରାଧାନଗରକୁ ଆସିବା ବେଳେ ବିଶ୍ରାମ ନେଉଥିବା ସମୟରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ |ତାଙ୍କ ପାର୍ଥିବ ଶରୀର ଆଜି ପୈତୃକ ଭବନ ଝାରବେଡା ଗ୍ରାମରେ ପହଞ୍ଚିଥିଲା | ସେଠାରେ ଆସାମ ରାଇଫଲ ରୁ ଆସିଥିବା ଯବାନ ମାନେ ଓ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ତାଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ ଅର୍ନାର ଦିଆ ଯାଇଥିଲା | ଆଜି ତାଙ୍କ ଧର୍ମ ପତ୍ନୀ ମେରୀ ସଙ୍ଗୀତା କିସପୋଟା, ପୁଅ ଦିଲୀପ ଓ ପ୍ରଶାନ୍ତ ଙ୍କ ସହ ଦୁଇ ଝିଅ ଫୁଲମନି ଓ ସୁଭାନି କିଷ୍ପଟ୍ଟା ଉପସ୍ଥିତ ଥିଲେ | ପ୍ରଶାସନ ପକ୍ଷରୁ ବୀରମିତ୍ରପୁର ପୋଲିସ ଉପଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ଦାସ, ରାଏବଗା ଥାନା ଅଧିକାରୀ କୃପାସିନ୍ଧ ବାଘ, ରାଜଗାଙ୍ଗପୁର ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ, କୁଆଁରମୁଣ୍ଡା ଗୋଷ୍ଟି ଉନ୍ନୟନ ଅଧିକାରୀ ଗଙ୍ଗାରାମ ବୁଡେକ, କଂଗ୍ରେସ ସହଯୋଗୀ ଜୟଶଙ୍କର ନନ୍ଦଙ୍କ ସମେତ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଓ ସ୍ଥାନୀୟ ସରପଞ୍ଚ ପୁଷ୍ପା ଲୁଗୁନ ମଧ୍ୟ ସ୍ୱର୍ଗୀୟ କିସପୋଟା ଙ୍କ ଶେଷକୃତ୍ୟ ରେ ସାମିଲ ହୋଇଥିଲେ |
