ବରିଷ୍ଠ ଆଇନଜୀବୀଙ୍କ ବିୟୋଗରେ ଶୋକସଭା…

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜିବି ପଦ୍ମ ଚରଣ ପଟ୍ଟନାୟକ(୭୩)ଙ୍କ ସୋମବାର ସନ୍ଧ୍ୟାରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି l ଏନେଇ ବାଲିଗୁଡା ଓକିଲ ସଂଘ ତରଫରୁ ମଙ୍ଗଳବାର ଏକ ଶୋକ ସଭା ସଂଘ ପରିସରରେ ସଭାପତି ଟି. ହରିଶ୍ଚନ୍ଦ୍ର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରଥମେ ସ୍ବର୍ଗତ ପଟ୍ଟନାୟକଙ୍କ ଫୋଟ ଚିତ୍ର ନିକଟରେ ଦୀପ ଧୂପ ପ୍ରଜ୍ଜଳନ କରି ପୁଷ୍ପମାଲ୍ୟାର୍ପଣ କରିବା ପରେ ଅମର ଆତ୍ମା ର ସଦଗତି ନିମନ୍ତେ ସ୍ମୁତି ଚାରଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଏଥିରେ ବାଲିଗୁଡା କୋର୍ଟର ସବଜଜ ଅରୁଣ କୁମାର ରାୟ, ଏଡିଜେ ଦିଲ୍ଲୀପ କୁମାର ବିଶ୍ଵାଳ, ଏସଡିଜେଏମ ସୋନାଲି ସରିତା ଙ୍କ ସମେତ ଓକିଲ ସଂଘର ସମ୍ପାଦକ ଅନିଲ କୁମାର ଦାସ, ସଦସ୍ୟ ପଦ୍ମ ଚରଣ ପଣ୍ଡା, ସେକ ସାଦିକ, କୌଶିକ ସାହୁ ସୁରେଶ କୁମାର ପଟ୍ଟନାୟକ, ବିଜୟ କୁମାର ସାହୁ, ସୁରେନ୍ଦ୍ର କୁମାର ପାତ୍ର, ବିନୋଦ ବିହାରୀ ପ୍ରଧାନ, ଶିରୀଶ କୁମାର ପ୍ରଧାନ, ଅନିଲ କୁମାର ଲେଙ୍କା, ଜ୍ୟୋତି ରଞ୍ଜନ ଦାସ, ମହେଶ କୁମାର ପାଳ, କ୍ଷମା ସାଗର ପ୍ରଧାନ,ପ୍ରମୁଖ ଉପସ୍ଥିତ ରହି ବିଗତ ଦିନର ଅପସରା ଅଭୁଲା ସ୍ମୁତି କୁ ଦୋହରାଇ ଶୋକବ୍ୟକ୍ତ କରିଥିଲେ l

ad-week
Leave A Reply

Your email address will not be published.